ଯୁକ୍ତ ତିନି ନାମଲେଖା କଟ୍‌ ଅଫ୍‌ ମାର୍କ ପ୍ରକାଶ

Published: Sep 28, 2020, 11:38 am IST

ଭୁବନେଶ୍ବର : +3 ପ୍ରଥମ ପର୍ଯ୍ୟାୟ ନାମଲେଖା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି କଟ୍‌ ଅଫ୍‌ ମାର୍କ ତାଲିକା । ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 2 ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ବିଜ୍ଞାନର ଅଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗରେ ରହିଛି । ବିଜେବି କଲେଜରେ ଫିଜିକ୍ସ ଅନର୍ସରେ ନାମଲେଖା ପାଇଁ କଟ୍‌ଅଫ୍‌ ମାର୍କ 95% ରହିଥିବାବେଳେ କେମେଷ୍ଟ୍ରି ପାଇଁ 94. 6%, ମ୍ୟାଥମେଟିକ୍ସ ପାଇଁ 95.2% ରହିଛି । ସେହିପରି ବାଣିଜ୍ୟ କଟ୍‌ ଅଫ୍‌ରେ ବି ବିଜେପି ଆଗରେ ରହିଛି । ବାଣିଜ୍ୟ ପାଇଁ 88.67% ରହିଛି । ସେହିପରି ବିଜେବିରେ ଇକୋନୋମିକ୍ସ ପାଇଁ 90.5%, ଜ୍ୟୋ୍ଗ୍ରାଫି ପାଇଁ 92 %  କଟ୍‌ ଅଫ୍‌ ମାର୍କ ରହିଛି । ସେହିପରି ପଲଟିକାଲ ସାଇନ୍ସ ପାଇଁ 91.5% ମାର୍କ ରହିଛି ।

ନିଜର କଲେଜ୍ ଚୟନ ଜାଣିବା ନିମନ୍ତେ ନିମ୍ନ ଲିଙ୍କ୍ ରେ କ୍ଲିକ କରନ୍ତୁ
https://online.samsodisha.gov.in/ONLINE_CAF_Degree/DegUserRegistration.aspx

ସେଠାରେ ଆପଣ phone number ଏବଂ Password ପ୍ରଦାନ କରି STUDENT LOG IN କରନ୍ତୁ
ଏ ସବୁ ପ୍ରଦାନ କରି ସାରିବା ପରେ ଆପଣକଂ ଚୟନ ହେଇଥିବା କଲେଜ୍ ଦେଖାଇ ଦିଆ ଯିବ ।

Related posts