ଆଉ ନାହାନ୍ତି ଲୋକପ୍ରିୟ ଗୀତ ‘ଇତ୍‌ନୀ ଶକ୍ତି ହମେଁ ଦେନା ଦାତା’ର ଗୀତିକାର ଅଭିଳାଷ

Published: Sep 28, 2020, 4:20 pm IST

ମୁମ୍ବାଇ : ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଅଭିଳାଷ । ପ୍ରସିଦ୍ଧ ଗୀତିକାର ତଥା ଲେଖକ ଅଭିଳାଷଙ୍କ ଦେହାନ୍ତ ହୋଇଯାଇଛି। ବହୁ ଦିନ ହେଲା କ୍ୟାନସରରେ ପୀଡିତ ଥିଲେ । ସୋମବାର ସକାଳ4ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଲିଭର କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା । 1985ମସିହାରେ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଅଙ୍କୁଶର ଲୋପ୍ରିୟ ଗୀତ ‘ଇତ୍‌ନି ଶକ୍ତି ହମେଁ ଦେନା ଦାତା’ ଲେଖିଥିଲେ । ଏହି ଗୀତ ଦେଶର ଅନେକ ସ୍କୁଲର ପ୍ରାର୍ଥନାରେ ସାମିଲ ହୋଇଛି । ଏହି ଗୀତକୁ ସାରା ଦୁନିଆରେ 8ଟି ଭାଷାରେ ଅନୁବାଦ କରାଯାଇଛି । କଳାଶ୍ରୀ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି ଅଭିଳାଷ । (ଏଜେନ୍ସି)

Related posts