ଆଜି 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 828କୁ ବୃଦ୍ଧି

Published: Sep 29, 2020, 11:28 am IST

ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ, ଭୁବନେଶ୍ବର ଓ ବାଲେଶ୍ବରରୁ ସର୍ବାଧିକ 3ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । ସେହିପରି ଝାରସୁଗୁଡା, ନବରଙ୍ଗପୁର, ସୁନ୍ଦରଗଡ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 828ରେ ପହଞ୍ଚିଛି ।

ବାଲେଶ୍ବରରୁ ଆଜି ଦୁଇଜଣ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ପୁରୁଷ ଆକ୍ରାନ୍ତ ରହିଛନ୍ତି । ଦୁଇ ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 61 ଓ 70 ବର୍ଷ ରହିଥିବାବେଳେ ପୁରୁଷ ଆକ୍ରାନ୍ତଙ୍କ ବୟସ 56 ବର୍ଷ ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ 73, 50 ଓଙ 60 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି କଟକର 40 ବର୍ଷୀୟ ପୁରୁଷ, 68 ବର୍ଷୀୟ ପୁରୁଷ ଓ ଜଣେ 82 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ପୁରୀରୁ 65 ବର୍ଷୀୟ ପୁରୁଷ, 49 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ 74 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ 67 ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ 30 ବର୍ଷୀୟା ମହିଳା, ସୁନ୍ଦରଗଡରୁ 47 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

Related posts