ପଜିଟିଭ୍‌ ସେବାୟତଙ୍କୁ ଶ୍ରୀମନ୍ଦିର ମନା

Published: Sep 29, 2020, 4:19 pm IST

ପୁରୀ : କରୋନା ପଜିଟିଭ ଚିହ୍ନଟ ହୋଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ପଜିଟିଭ ଚିହ୍ନଟ ହୋଇଥିବା ସେବାୟତ 17 ଦିନ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେନି । ପଜିଟିଭ ଥାଇ ଶ୍ରୀମନ୍ଦିର ଭିତରକୁ କଲେ ମାମଲା ରୁଜୁ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ପଜିଟିଭ ଚିହ୍ନଟ ହୋଇଥିବା ସେବାୟତ ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ । ଏହାସହ ଶ୍ରୀମନ୍ଦିର ପରିସରରେ ଗୁଟଖା ଓ ପାନଛେପ ପକାଇଲେ ମଧ୍ୟ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । କୋଭିଡ୍‌ କଟକଣା ପାଳନ ନେଇ କଡାକଡି ନିର୍ଦ୍ଦେଶ ଦିଆଯାଉଥିବାର ସୂଚନା ରହିଛି । ପଜିଟିଭ୍‌ ଚିହ୍ନଟ ଶ୍ରୀମନ୍ଦିର ପରିସରରେ ପ୍ରବେଶ କଲେ ଏତଲା କରାଯିବ। ଇତିମଧ୍ୟରେ ପୁରୀ ଶ୍ରୀମନ୍ଦିରରେ 450 ଜଣ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେବାୟତ ଚିହ୍ନଟ ହେବାପରେ ଏବେ ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢିଯାଇଛି । ସେବାୟତ ସଂକ୍ରମିତ ହେଉଥିବାରୁ ପାଳିଆ ସେବାୟତଙ୍କୁ ନିଯୁକ୍ତି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଯୋଜନା ଚଲାଉଛି ।

Related posts