ଚାଳିଶ ଫୁଟ ଗହୀର କୂଅ ଭିତରୁ ଶୁଭୁଥିଲା ଶବ୍ଦ : ପାଖକୁ ଯାଇ ଦେଖିଲା ବେଳକୁ ଜଣାପଡିଲା ଅସଲ ଘଟଣା

Published: Sep 29, 2020, 5:14 pm IST

ବିହାର : ମୁଙ୍ଗେରର ଆର୍‌ ଡି ଏଣ୍ଡ୍‌ ଡିଜେ କଲେଜ୍‌ କ୍ୟାମ୍ପସ୍‌ ନିକଟରେ ଏକ 40 ଫୁଟ୍‌ ଗଭୀର କୂଅ ଭିତରୁ କିଛି ଆଓ୍ବାଜ୍‌ ଶୁଣି ଲୋକେ ବହୁତ ଭୟଭୀତ ହୋଇପଡିଥିଲେ। ତେବେ ଲୋକେ ଯେତେବେଳେ ଯାଇ ସେହି ଗହୀର କୂଅ ଭିତରକୁ ଦେଖିଲେ ଜାଣିଲେ ଯେ, ସେହି କୂଅ ଭିତରେ ଏକ ଯୁବକ ପଡି ଯାଇ ସାହାଯ୍ୟ ପାଇଁ ଚିତ୍କାର କରୁଛି ।

ଶାଦିପୁର ବଡି ଦୁର୍ଗାସ୍ଥାନ ନିବାସୀ ସୋନୁ କୁମାର ଚୌରାସିଆ ନାମକଜଣେ ଯୁବକ 13 ବର୍ଷୀୟ ପୁତ୍ର ଅଭିଷେକ କୁମାରଙ୍କ ସହିତ ପ୍ରତ୍ୟହ ଚାଲିବା ପାଇଁ କଲେଜ୍‌ କ୍ୟାମ୍ପସ୍‌ ଯାଉଥିଲେ । ପ୍ରତ୍ୟେକ ଦିନ ପରି ସେଦିନ ସକାଳ ସାଢେ 5ଟା ସମୟରେ ସେ ଚାଲିବା ପାଇଁ ଯାଇଥିଲେ । ପିତା କଲେଜ୍‌ କ୍ୟାମ୍ପସରେ ଚାଲୁଥିବାବେଳେ ପୁତ୍ର ଅଭିଷେକ କ୍ୟାମ୍ପସ୍‌ରେ ଲଗା ହୋଇଥିବା ଗଛରୁ ଫୁଲ ତେଳୁଥିଲେ । ଅଚାନକ ଗଛର ଡାଳ ଛିଡିପଡିବାରୁ ସେ 40 ଫୁଟ୍‌ ଗଭୀର କୂଅ ଭିତରକୁ ଖସି ପଡିଥିଲେ । ଏହାପରେ ବାଳକଟି ସାହାଯ୍ୟ ପାଇଁ ଜୋରରେ ଚିତ୍କାର କରିଥିଲେ । ଯୁବକଟିର ଚିତ୍କାର ଶୁଣି ଏହି ଘଟଣା ସମ୍ପର୍କରେ ପୋଲିସ୍‌ରେ ସୂଚନା ଦିଆଯାଇଥିଲା । ପୋଲିସ୍‌ ଉଦ୍ଧାରକାରୀ ଦଳଙ୍କ ସାହାଯ୍ୟରେ କୂଅ ନିକଟରେ ପହଞ୍ଚି ଏକ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରିଥିଲେ । ଅକ୍ସିଜେନ୍‌ କମ୍ ଥିବାରୁ ବାଳକର ଅବସ୍ଥା ଗୁରୁତର ରହିଥିଲା । ତେବେ ତତ୍‌କ୍ଷଣାତ ଯୁବକଟି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 40 ଫୁଟ ଶୁଖିଲା କୂଅରେ ଯୁବକଟି ପଡିଯାଇଥିବାବରୁ ଶରୀରରେ କ୍ଷତାକ୍ତ ମଧ୍ୟ ହୋଇଛି । (ଏଜେନ୍ସି)

Related posts