ବିଧାନସଭାରେ ବିଶ୍ବବିଦ୍ୟାଳୟ ବିଲ୍‌ : ବିଲ୍‌ ଚିରିଲେ ତାରା, ବିଲ୍‌ ସପକ୍ଷରେ ମତ ଦେଲେ ଅରୁଣ ସାହୁ

Published: Sep 29, 2020, 5:53 pm IST

ଭୁବନେଶ୍ବର : ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ । ଏହି ବିଲ୍‌କୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌କୁ କଂଗ୍ରେସ ତରଫରୁ ତୀବ୍ର ବିରୋଧ କରାଯିବା ବିଲ୍କୁ କଳା ବିଲ୍‌ କହି ଚିରି ଦେଇଛନ୍ତି ତାରା ବାହିନୀପତି । ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଛନ୍ତି ଦାରା । ସେହିପରି ଏହି ବିଲ୍‌ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର । କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, କରୋନା ସମୟରେ ବୁଲଡୋଜର କରି ଅତି ତରବରିଆ ଭାବେ ବିଲ୍ ପାରିତ କରିବାକୁ ଚାହୁଁଛନ୍ତି। ଏ ବିଲ୍ ସହ କରୋନାର କଣ ସମ୍ପର୍କ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ବିଲକୁ ବିଜେପି ମଧ୍ୟ ବିରୋଧ କରିଛି । ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରାଯାଉଛି । ବିଶ୍ୱବିଦ୍ୟାଳୟକୁ ସରକାର ନିଜ ଅଧିନରେ ରଖିବାକୁ ଚାହୁଁଛନ୍ତି। ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ଅପରପକ୍ଷରେ ବିଶ୍ବବିଦ୍ୟାଳୟ ବିଲ୍‌ ସପକ୍ଷରେ ମତ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ବିଲ୍‌ ଯୋଗୁଁ ବିଶ୍ବବିଦ୍ୟାଳୟ ଅଟୋନେମିରେ ଗୋଟିଏ ବିନ୍ଦୁ ବି କ୍ଷୁର୍ଣ୍ଣ ହେବନି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ସବୁ ବିଶ୍ବବିଦ୍ୟାଳୟ ୟୁନିଭର୍ସିଟି ଆକ୍ଟ ଅନୁସାରେ ଚାଲିବ । ଏହି ବିଲ୍‌ରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଅରୁଣ ସାହୁ ।

Related posts