ପ୍ରାର୍ଥୀଙ୍କ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ହେଲେ ନୋଡାଲ ଅଫିସର, ଜାରୀ ହେଲା ମୋବାଇଲ ନମ୍ବର

Published: Sep 29, 2020, 10:33 pm IST

ଭୁବନେଶ୍ବର, ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଉପନିର୍ବାଚନ ପାଇଁ ନିର୍ବାଚନ ଖର୍ଚ୍ଚ ତଦାରଖ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି। ସେ ହେଉଛନ୍ତି ଆଇପିଏସ ଅଫିସର ପ୍ରବୀଣ କୁମାର। ପ୍ରବୀଣ ବର୍ତ୍ତମାନ ପୋଲିସ ମୁଖ୍ୟାଳୟରେ ଆଇନ ଶୃଙ୍ଖଳା ଆଇଜି ଅଛନ୍ତି। ଏ ନେଇ ନିର୍ବାଚନ ଅଧିକାରୀ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କୌଣସି ପ୍ରାର୍ଥୀ ଯଦି କିଛି ଖର୍ଚ୍ଚ ସଂକ୍ରାନ୍ତ ବେନିୟମ କାମ କରୁଛନ୍ତି ତେବେ ସାଧାରଣ ଲୋକେ ସିଧା ତାଙ୍କୁ ଫୋନ କରି ଜଣାଇପାରିବେ। ସେଥିପାଇଁ ନିର୍ବାଚନ ଅଧିକାରୀ ତାଙ୍କର ଫୋନ ନମ୍ବର ମଧ୍ୟ ଜାରୀ କରିଛନ୍ତି। ସେହି ନମ୍ବର ହେଲା

ଅଫିସ- 0671-2304445

ମୋବାଇଲ- 8331908200

Related posts