
ନୂଆଦିଲ୍ଲୀ: ଦେଶରେ ଦିନକରେ ୮୦ ହଜାର ୪୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ଯାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ୧୧୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ ହଜାର ୪୯୭ ରେ ପହଞ୍ଚିଛି। ଦେଶରେ ମୋଟ ସକ୍ରିୟ ମାମଲା ୯ ଲକ୍ଷ ୪୦ ହଜାର ୪୪୧ ରହିଥିବା ବେଳେ ସୁସ୍ଥ ହେଲେଣି ୫୧ ଲକ୍ଷ ୮୭ ହଜାର ୮୨୬ ଜଣ ଆକ୍ରାନ୍ତ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।