ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳଙ୍କ ନାଁରେ ଫେରାଦ ହେଲା କଂଗ୍ରେସ। ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହୋଇଛି କଂଗ୍ରେସ। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜନ୍ମସ୍ଥାନ ତିର୍ତୋଲ ନିର୍ବାଚନମଣ୍ଡଳୀର ଶଙ୍ଖେଶ୍ବର ପଞ୍ଚାୟତରେ । ତିର୍ତ୍ତୋଲ ଉପନିର୍ବାଚନ ବେଳେ ସେ କିଭଳି ଜଗତସିଂହପୁର ଜିଲ୍ଲାପାଳ ରହିବେ । ଏଣୁ ତିର୍ତୋଲ ଉପନିର୍ବାଚନରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନାରେ ନିଶ୍ଚୟ ବାଧା ସୃଷ୍ଟି ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି ।ଯେହେତୁ ଜିଲ୍ଲାପାଳଙ୍କ ଘର ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବଂ ତାଙ୍କର ପରିବାର ଶାସକ ଦଳର ସମର୍ଥକ ଏହି ପରିସ୍ଥିତିରେ ଜିଲ୍ଲାପାଳ ଏହି ଉପନିର୍ବାଚନକୁ ନିଶ୍ଚୟ ପ୍ରଭାବିତ କରିବେ ବୋଲି କଂଗ୍ରେସ ଅଭିଯୋଗ କରିଛି । ଜଗତସିଂହପୁର ଜିଲ୍ଲାପାଳଙ୍କ ତୁରନ୍ତ ବଦଳି ପାଇଁ ଦାବି କରିଛି କଂଗ୍ରେସ ।
Tags: