ବଢିଲା ଯୁକ୍ତ ତିନି ଆଡ୍‌ମିସନ୍‌ ଅବଧି

Published: Oct 1, 2020, 5:22 pm IST

ଭୁବନେଶ୍ବର : ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ତିନିରେ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି। ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଫାଷ୍ଟ ସିଲେକ୍ସନର ନାମ ଲେଖା ତାରିଖ ଆସନ୍ତା 6 ତାରିଖ ଯାଏଁ ବଢିଛି । ଫାଷ୍ଟ ସିଲେକ୍ସନର ନାମ ଲେଖା ପାଇଁ ମନୋନୀତ ଛାତ୍ରମାନଙ୍କ ତଥ୍ୟର ଅନଲାଇନ୍ ଅପଡେଟର ତାରିଖ ସେପ୍ଟେମ୍ବର 29ରୁ ଅକ୍ଟୋବର 6 ତାରିଖକୁ ବୃଦ୍ଧି କରାଯାଇଛି । ଅକ୍ଟୋବର ସାତ ତାରିଖ ସନ୍ଧ୍ୟାରେ ଫାଷ୍ଟ ସିଲେକ୍ସନ ଆଡମିଶନ ତାଲିକା ପ୍ରକାଶ ପାଇବ। 7 ତାରିଖ ଯାଏଁ ବୃଦ୍ଧି ପାଇଲା ଫାଷ୍ଟ ସିଲେକ୍ସନ ସ୍ଲାଇଡ୍‌ ଅପ୍‌ ଫର୍ମ ପୂରଣ ।  ସେହିପରି ଆସନ୍ତା 13 ତାରିଖରେ ସେକେଣ୍ଡ ସିଲେକ୍ସନ୍‌ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । 16 ତାରିଖ ରାତି ସୁଦ୍ଧା ଆଡମିଶନ୍‌ ଫି’ ଦାଖଲ କରିବେ ସେକେଣ୍ଡ ଲିଷ୍ଟ ପିଲା । 19 ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ନାମଲେଖା ଡାଟା ପ୍ରକାଶ ପାଇବ ।

Related posts