ଭୁବନେଶ୍ୱର- ବାଲାଙ୍ଗୀର ଏବଂ ଲୋଇସିଂହା ଷ୍ଟେସନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି 9 ରୁ 18 ଅକ୍ଟୋବର, 2020 ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲକୁ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
02893/02894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଟ୍ରେନ୍ ଅକ୍ଟୋବର ମାସ ୯ ତାରିଖରୁ ୧୮ ତାରିଖ ମଧ୍ୟରେ ଭୁବନେଶ୍ୱର ଏବଂ ବରଗଡ ରୋଡ୍ ମଧ୍ୟରେ ଚଳାଚଳ କରିବ ଏବଂ ଏହା ବରଗଡ ରୋଡ୍ ଏବଂ ବାଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।