ମାଓ ଯୋଜନା ପଣ୍ଡ, 21 କେଜି ଜିଲୋଟିନ୍‌ ଜବତ

Published: Oct 2, 2020, 1:20 pm IST

ମାଲକାନଗିରି : ଜଙ୍ଗଲରୁ 21 କେଜି ଜିଲୋଟିନ୍‌ ଜବତ କରିଛନ୍ତି ବିଏସ୍‌ଏଫ୍‌ ଯବାନ। କାଲିମେଳା ଥାନା ରାଜନକୁଣ୍ଡା ଜଙ୍ଗଲରେ ଜିଲୋଟିନ୍‌ ଲୁଚାଇ ରଖିଥିବାର ସୂଚନା ରହିଥିଲା । 76 ବିଏସଏଫ ବାଟାଲିୟନର ଯବାନ କମ୍ବିଂ ଅପରେସନ କରୁଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ଖବର ପାଇଥିଲେ । ପରେ ସଂପୃକ୍ତ ସ୍ଥାନରେ ପହଞ୍ଚ ବସ୍ତାରେ ଭର୍ତ୍ତି ହୋଇ ପାହାଡ଼ ନିକଟରେ ଲୁଚାଯାଇଥିବା ଜିଲୋଟିନକୁ ଯବାନ ଜବତ କରିଥିଲେ ।  ଏହା ଜରିଆରେ ପୋଲିସ୍‌କୁ ଟାର୍ଗେଟ୍‌ କରି ଅଘଟଣ ଘଟାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ଅନୁମାନ କରାଯାଇଛି ।

Related posts