ଲକ୍‌ଡାଉନ୍‌ରେ 350ଟି ଅନଲାଇନ୍‌ କୋର୍ସ ସମ୍ପୂର୍ଣ୍ଣ କରି ବିଶ୍ବ ରେକର୍ଡର ଅଧିକାରୀ ହେଲେ କେରଳର ଯୁବତୀ

Published: Oct 2, 2020, 2:48 pm IST

କେରଳ:  କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ତିନି ମାସରୁ ଉର୍ଦ୍ଧ୍ବ ଲକ୍‌ଡାଉନ୍‌ ଜାରିକରାଯାଇଥିଲା। ଏହି ଲକ୍‌ଡାଉନ୍‌ର ସମ୍ପୂର୍ଣ୍ଣ ସଦୁପଯୋଗ କରିଛନ୍ତି କେରଳର ଜଣେ ଯୁବତୀ । ଏହି ଯୁବତୀ ଜଣକ 3 ମାସ ମଧ୍ୟରେ 350ଟି କୋର୍ସ ସମ୍ପୂର୍ଣ୍ଣ କରିଛନ୍ତି ।

ଏମଇଏସ୍‌ କଲେଜର ଦ୍ବିତୀୟ ବର୍ଷ ର ଏମଏସସି ବାୟୋକେମେଷ୍ଟ୍ରିର ଛାତ୍ରୀ ଅରାଥୀ ରଘୁନାଥ ଗତ ତିନି ମାସ ମଧ୍ୟରେ 350ଟି ଅନଲାଇନ୍‌ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି । କୋଚିର ଏଲ୍‌ମକ୍କାରରେ ରହୁଥିବା ଏହି ଛାତ୍ରୀ ଜଣକ ୟୁନିଭର୍ସାଲ୍‌ ରେକର୍ଡ ଫୋରମ୍‌ରେ ବିଶ୍ବ ରେକର୍ଡ କରିଛନ୍ତି । ଅରାଥୀ ଲକ୍‌ଡାଉନ୍‌ ସମୟରେ ନିଜର ଖାଲି ସମୟକୁ ସମ୍ପୂର୍ଣ୍ଣ ପାଠ ପଢାରେ ବିନିଯୋଗକରିଛନ୍ତି ।

ଅରାଥୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ କଲେଜର ଅଧ୍ୟାପକମାନଙ୍କ ଜରିଆରେ ସେ ଏହି ଅନଲାଇନ୍‌ ପାଠ୍ୟକ୍ରମ ସମ୍ପର୍କରେ ଜାଣିପାରିଥିଲେ । କଲେଜର ପ୍ରଧ୍ୟାପକ ଓ ଅଧ୍ୟାପକଙ୍କସହଯୋଗରେ ସେ ଅନଲାଇନ୍‌ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିପାରିଛନ୍ତି । ଅରାଥୀ ଦୁନିଆର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରୁ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି । ଜନ୍‌ ହକିନ୍ସ ବିଶ୍ବବିଦ୍ୟାଳୟ, ଭର୍ଜିନିଆ ବିଶ୍‌ବବିଦ୍ୟାଳୟ, କଲାରୋଡ ବିଶ୍ବବିଦ୍ୟାଳୟ, ନ୍ୟୁୟର୍କ ବିଶ୍ବବିଦ୍ୟାଳୟ, ଡେନ୍‌ମାର୍କ ବିଶ୍ବବିଦ୍ୟାଳୟ ପରି ବହୁ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ଶେଷ କରିଛନ୍ତି । (ଏଜେନ୍ସି)

Related posts