ଭୁବନେଶ୍ବର : ଭୁବନେଶ୍ବର ମହାନଗରରୁ ଆଜି ଆଉ 312ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ୍ 312 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ରୁ 58 ଜଣ ରହିଥିବାବେଳେ 254ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାର ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ପଟିଆରୁ 22ଜଣ ରହିଥିବାବେଳେ ୟୁନିଟ୍-9ରୁ 8ଜଣ, ୟୁନିଟ୍-8ରୁ 5ଜଣ, ୟୁନିଟ୍-4ରୁ 5 ଜଣ, ଚନ୍ଦ୍ରଶେଖରପୁରରୁ 9ଜଣ ରହିଥିବାବେଳେ ଝାରପଡାରୁ 10 ଜଣ, ବାପୁଜୀନଗରରୁ 7ଜଣ , ଶୈଳଶ୍ରୀ ବିହାରରୁ 7ଜଣ ରହିଛନ୍ତି ।
Update on newly detected #COVID19 cases in the last
24 hrs under the BMC area on 2nd Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/Ld7QfY7eoe— BMC (@bmcbbsr) October 2, 2020
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 329ଜଣ ସୁସ୍ଥ ହୋଇଛନ୍ତି । ନୂତନ 312 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 22 ହଜାର 547ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 18 ହଜାର 914ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ 100 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 514ଜଣ ।