ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା

Published: Oct 3, 2020, 10:29 am IST

ନୂଆଦିଲ୍ଲୀ : ଚୀନ୍‌ ଦେଶରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଭାରତରେ କାୟା ବିସ୍ତାର କରିଚାଲିଛି । ଇତିମଧ୍ୟରେ ଭାରତରେ ଲକ୍ଷେ ମୁଣ୍ଡ ନେଲାଣି କରୋନା । କରୋନା ମୃତ୍ୟୁସଂଖ୍ୟା ଆଜି ଲକ୍ଷେ ପାର କରିଛି । ଗତ 24 ଘଣ୍ଟାରେ ଦେଶରେ 79 ହଜାର 476 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେେ ପ୍ରାଣ ହରାଇଛନ୍ତି ଆଉ 1 ହଜାର 69 ଆକ୍ରାନ୍ତ । ଏମାନଙ୍କୁ ମିଶାଇ ଦେଶେର ମୃତ୍ୟୁସଂଖ୍ୟା  1ଲକ୍ଷ 842କୁ ବୃଦ୍ଧି ପାଇଛି ।  କରୋନା ମୃତ୍ୟୁସଂଖ୍ୟାରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ସେହିପରି ଦେଶରେ ସଂକ୍ରମିତଙ୍କସଂଖ୍ୟା 64 ଲକ୍ଷ ପାର୍‌ କରିଛି ।  ଦେଶରେ ମୋଟ୍ ପଜିଟିଭ୍ କେସ 64 ଲକ୍ଷ 73 ହଜାର 545କୁ ବୃଦ୍ଧି ପାଇଛି ।  ସେହିପରି ସୁସ୍ଥ ହୋଇଛନ୍ତି  54 ଲକ୍ଷ 27 ହଜାର 707 ଆକ୍ରାନ୍ତ । ଦେଶରେ ଏବେ ସୁଦ୍ଧା 9 ଲକ୍ଷ 44 ହଜାର 996 ଆକ୍ଟିଭ୍ କେସ୍ ରହିଛି ।

ଦେଶରେ 734 ଜିଲ୍ଲା ମଧ୍ୟରୁ 20ଟିଜିଲ୍ଲାରୁ ଦେଶର ମୋଟ୍‌ ମୃତ୍ୟୁ ସଂଖ୍ୟାର 45 ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ଏହି 20ଟି ଜିଲ୍ଲା ମଧ୍ୟରେ ମହାରାଷ୍ଟ୍ରର 13ଟି ଜିଲ୍ଲା ସାମିଲ୍‌ ରହିଛି । ସେହିପରି ଦେଶର 40ଟି ଜିଲ୍ଲା କରୋନା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଏଠାରେ 40 ପ୍ରତିଶତ ମୃତ୍ୟୁ ମାମଲା ହୋଇଥିବାର ସୂଚନା ରହିଛି ।

Related posts