ଲୋକାର୍ପିତ ହେଲା ଅଟଳ ଟନେଲ୍‌

Published: Oct 3, 2020, 10:40 am IST

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ହିମାଚଳ ପ୍ରଦେଶରେ ଅଟଳ ଟନେଲ୍ ଉଦ୍‌ଘାଟିତ ହୋଇଯାଇଛି ।  ହିମାଚଳ ପ୍ରଦେଶ ରୋହତାଙ୍ଗରେ ସ୍ବତନ୍ତ୍ର ଉତ୍ସବରେ ଏହି ଟନେଲ୍‌ଟି ଲୋକାର୍ପଣ ହୋଇଛି । ଏହି ଟନେଲ ବିଶ୍ଵର ସବୁଠାରୁ ବଡ ଟନେଲ।  ମନାଲି ଓ ଲେହ ମଧ୍ୟରେ ଥିବା ଏହି ଟନେଲ୍ ଦ୍ଵାରା 46 କିମିର ରାସ୍ତା ହ୍ରାସ ହେବ ଏବଂ ସମୟ ପ୍ରାୟ 4ରୁ 5ଘଣ୍ଟା ହ୍ରାସ ହେବ। ଏହି ଟନେଲର ଓସାର ରହିଛି 10.5 ମିଟର । ତିନିହଜାର ମିଟର ଉଚ୍ଚ ପାହାଡ଼ରେ ତିଆରି ହୋଇଥିବା ଏହି ଅଟଳ ରୋହଟାଙ୍ଗ ଟନେଲ ଏହାକୁ ରୋହଟାଙ୍ଗ ପାସ୍ ସହିତ ସଂଯୋଗ କରି ନିର୍ମାଣ କରାଯାଇଛି ।

ଏହା ଦୁନିଆର ସବୁଠାରୁ ଉଚ୍ଚ ଓ ସବୁଠାରୁ ଲମ୍ବା ସଡକ ସୁଡ଼ଙ୍ଗ ପଥ । ଏହା ପାଖାପାଖି 9 କିମି ଲମ୍ବ ରହିଛି । ଏହି ସୁଡ଼ଙ୍ଗ ନିର୍ମାଣ କାମ 2010ମସିହା ଜୁନ 28 ତାରିଖରେ ଆରମ୍ଭ ହୋଇଥିଲା ।  10 ବର୍ଷ ପରେ ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇଛି । ଟନେଲ୍‌ର ପ୍ରତି 60 ମିଟର ବ୍ୟବଧାନରେ ସିସିଟିଭତ କ୍ୟାମେରା ଲାଗିଲଗି । ପ୍ରତି 500 ମିଟର ବ୍ୟବଧାନରେ ଜରୁରୀକାଳୀନ ପ୍ରସ୍ଥାନ ଦ୍ବାରା ରହିଛି । ଟନେଲ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି । ଏହି ଟନେଲ୍‌ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଏକ ଅଧ୍ୟାୟ ଯୋଡି ହୋଇଛି । ତୁଷାରପାତ ଯୋଗୁଁ 6 ମାସ ବନ୍ଦ ରହୁଥିବା ଯାତ୍ରା ପ୍ରତିବନ୍ଧକ ଆଉ ରହିବ ନାହିଁ ।

Modi to inaugurate the Atal Tunnel at Rohtang on October 3

ଏହି ଟନେଲ୍‌ ଲୋକାର୍ପଣ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,  ହିମାଚଳ ପ୍ରଦେଶ  ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସିଡିଏସ୍‌ ବିପିନ ରାଓ୍ବତ, ସ୍ଥଳସେନା ମୁଖ୍ୟ ଏମ୍‌ଏମ୍‌ ନରଓ୍ବାଣେ ପ୍ରମୁଖ ସାମିଲ୍‌‌ ରହିଛନ୍ତି ।

Related posts