Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାରରେ ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା : ଶତ୍ରୁଘ୍ନ ସିହ୍ନାଙ୍କ ସିଟ୍‌ରୁ ଲଢିବେ ରବିଶଙ୍କର ପ୍ରସାଦ
ଆଜିର ଖବର

ବିହାରରେ ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା : ଶତ୍ରୁଘ୍ନ ସିହ୍ନାଙ୍କ ସିଟ୍‌ରୁ ଲଢିବେ ରବିଶଙ୍କର ପ୍ରସାଦ

March 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
nda declare 39 seat in bihar
nda declare 39 seat in bihar

ଚଳିତ ଲୋକସଭା ନିର୍ବାଚନ ପାଇଁ ବିହାରରେ ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରିଛି। ପାଟନାସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିହାର ୪୦ଟି ଲୋକସଭା ସିଟ୍‌ ମଧ୍ୟରୁ ୩୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଓ ଶାହାନବାଜ ହୁସେନ୍‌ଙ୍କ ଟିକେଟ୍‌ କଟାଯାଇଥିବାବେଳେ ଗିରିରାଜ ସିଂହ ଆସନ ପରିବର୍ତ୍ତନ ହୋଇଛି।  ଶତ୍ରୁଘ୍ନଙ୍କ ସିଟ୍‌ ପାଟାନାସାହିବରୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଗିରିରାଜ ସିଂହ ନବାଦା ଆସନରୁ ଲଢ଼ିବାକୁ ପୂର୍ବରୁ ଦାବି କରି ଆସୁଥିବାବେଳେ ତାଙ୍କୁ ବେଗସରାୟରୁ ପ୍ରାର୍ଥୀ କରାଯାଇଛି। ବିଜେପି ପକ୍ଷରୁ ପାଟନା ସାହିବରୁ ରବିଶଙ୍କର ପ୍ରସାଦ, ପାଟଳୀପୁତ୍ରରୁ ରାମକୃପାଳ ଯାଦବ, ଆାରାରୁ ରାଜକୁମାର ସିଂହ, ବକସାରରୁ ଅଶ୍ବିନୀ କୁମାର ଚୌବେ,  ସାସାରାମରୁ ଛେଦି ପାଶଓ୍ବାନ, ପଶ୍ଚିମ ଚମ୍ପାରଣରୁ ସଂଜୟ ଜୟସଓ୍ବାଲ, ପୂର୍ବ ଚମ୍ପାରଣରୁ ରାଧାମୋହନ ସିଂ, ଶିବହରରୁ ରମା ଦେବୀ, ମଧୁବନୀରୁ ଅଶୋକ କୁମାର ଯାଦବ, ଅରରିଆରୁ ପ୍ରଦୀପ ସିଂ, ଦରଭଙ୍ଗାରୁ ଗୋପାଲଜୀ ଠାକୁର୍‌, ମୁଜାଫରନଗରରୁ ଅଜୟ ନିଷାଦ,  ମହାରାଙ୍ଗଜରୁ ଜନାର୍ଦ୍ଦନ, ସାରଣରୁ ରାଜୀପ ପ୍ରତାନ ରୁଡ଼ୀ, ଉଜିଆପୁରର ନିତ୍ୟାନନ୍ଦ ରାୟ, ବେଗୁସରାୟରରୁ ଗିରିରାଜ ସିଂ, ଜେଡିୟୁ ପକ୍ଷରୁ ସୁପୋଲ୍‌ରୁ ଦିନେଶ୍ବର, ସୀତାମଢୀରୁ ଡ. ବରୁଣ କୁମାର, ମଧେପୁରାରୁ ଦିନେଶ ଚନ୍ଦ୍ର ଯାଦବ, କିଶନଗଞ୍ଜରୁ ମହମୁଦ ଅଶରଫ୍‌, କଟିହାରରୁ ଦୁଲାର ଚନ୍ଦ୍ର ଗୋସ୍ବାମୀ, ପୁରନିଆରୁ ସନ୍ତୋଷ କୁଶ୍‌ଓ୍ବାହା, ସୀବାନରୁ କବିତା ସିଂ, ଭାଗଲପୁରରୁ ଅଜୟ କୁମାର ମଣ୍ଡଳ, ବାଂକାରୁ ଗିରିଧର ଯାଦବ, ନାଲନ୍ଦାରୁ କୌଶଳେନ୍ଦ୍ର କୁମାର, କାରାକାଟରୁ ମହାବଲୀ ସିଂ, ଜାହାନାବାଦରୁ ଚନ୍ଦ୍ରେଶ୍ବର ପ୍ରସାଦ ଚନ୍ଦ୍ରବଂଶୀ, ଗୟାରୁ ବିଜୟ କୁମାର ମାନ୍‌ଝୀ, ବାଲ୍ମିକୀନଗରର ବୈଦନାଥ ପ୍ରସାଦ ମହତୋ, ଗୋପାଳଗଂଜରୁ ଆଲୋକ କୁମାର ସୁମନ, ଏଲ୍‌ଜେପି ପକ୍ଷରୁ ନବାଦାରୁ ଚନ୍ଦନ କୁମାର, ଜୁମଇରୁ ଚିରାଗ କୁମାର ପାଶଓ୍ବାନ, ହାଜିପୁରରୁ ପଶୁପତି କୁମାର ପାରସ, ବୈଶାଳୀରୁ ବୀଣା ଦେବୀ, ସମସ୍ତିପୁରରୁ ରାମଚନ୍ଦ୍ର ପାଶଓ୍ବାନ, ଖଗଡିଆରୁ ଦୁଇଟି ଆସନ ଏଲ୍‌ଜେପି ହାତରେ ଥିବାବେଳେ ଗୋଟିଏ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ବିହାରରେ ଚଳିତ ଥର ବିଜେପି-ଜେଡିୟୁ ଓ ଏଲ୍‌ଜେପି ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ବିଜେପି ଓ ଜେଡିୟୁ ୧୭-୧୭ ଏବଂ ଏଲ୍‌ଜେପି ୬ଟି ସିଟ୍‌ରେ ନିର୍ବାଚନ ଲଢ଼ିବ। ବିହାର ୪୦ ସିଟ୍‌ ପାଇଁ ୭ ପର୍ଯ୍ୟାୟରେ ମତଦାନ ହେବ। ବିଜେପିରୁ ଟିକେଟ ପାଇନଥିବା ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

‘ପାକିସ୍ତାନର ନିଷ୍ପତ୍ତି ଭୁଲ’: ଭାରତ ସହିତ ନ ଖେଳିବା ନେଇ ଶ୍ରୀଲଙ୍କାର ବଡ଼ ବିବୃତ୍ତି

February 6, 2026

ମୁନିଗୁଡାଠାରେ ‘ସମ୍ପୂର୍ଣ୍ଣତା ଅଭିଯାନ ୨.୦ ଉଦ୍ଘାଟିତ

February 6, 2026

ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

February 6, 2026
Latest News

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026

ଏକ ହିନ୍ଦୀ ଫିଚର ଫିଲ୍ମ ପ୍ରିମିୟର ଦେଖି ଭାବ ବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ, କଲେ ଟାକ୍ସ ଫ୍ରି ଘୋଷଣା

February 6, 2026

‘ପାକିସ୍ତାନର ନିଷ୍ପତ୍ତି ଭୁଲ’: ଭାରତ ସହିତ ନ ଖେଳିବା ନେଇ ଶ୍ରୀଲଙ୍କାର ବଡ଼ ବିବୃତ୍ତି

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.