ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ପ୍ରଦୀପ ମହାରଥୀଙ୍କ ହେବ ଶେଷକୃତ୍ୟ

Published: Oct 4, 2020, 11:30 am IST

ଭୁବନେଶ୍ବର, ପିପିଲି ବିଧାୟକ ତଥା ରାଜ୍ୟ ରାଜନୀତିର ଜଣେ ବରିଷ୍ଠ ନେତା ପ୍ରଦୀପ ମହାରାଥୀଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗତକାଲି ବିଳମ୍ବତି ରାତିରେ ମହାରାଥୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବିଜେଡି କାର୍ଯ୍ୟାଳୟ, ବିଧାନସଭା ପରିସର ଏବଂ ତାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ଏହା ପରେ ତାଙ୍କ ଜନ୍ମମାଟି ପିପିଲିରେ ଶେଷ ଦର୍ଶନ ପାଇଁ ରଖାଯାଇଛି। ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ।

Related posts