
ଭୁବନେଶ୍ବର, ଆଜି ବିଧାନସଭା ଆରମ୍ଭରେ ବିଧାୟକ ପ୍ରଦୀପ ମହାରାଥୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବିରୋଧୀ ଦଳର ନେତା ପ୍ରଦୀପ ନାୟକ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ବିଭିନ୍ନ ଦଳର ନେତା ଶୋକ ପ୍ରସ୍ତାବରେ ରାଜ୍ୟ ଜଣେ ଟାଣୁଆ ନେତା ହରାଇଲା ବୋଲି କହିଥିଲେ।
ଗତକାଲି ବିଳମ୍ବିତ ରାତିରେ ବିଧାୟକ ପ୍ରଦୀପ ମହାରାଥୀଙ୍କ ଦେହାନ୍ତ ହୋଇ ଯାଇଛି। ସେ ଅସୁସ୍ଥ୍ୟ ହୋଇ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଦିନକୁ ଦିନ ଗୁରୁତର ହୋଇପଡିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।