ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଖୋଲିଲା ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଜି ସକାଳ 8ଟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି। କାଉଣ୍ଟର ସମେତ ଅନଲାଇନ ଯୋଗେ ଟିକଟ ବିକ୍ରି ହେଉଛି। ଅପରପକ୍ଷରେ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ନନ୍ଦନକାନନ ପରିସରକୁ ବିଶୋଧନ କରାଯାଇଛି । ଏଠାରେ ଦୁଇଟି ବିଦ୍ୟୁତ ଚାଳିତ ସିଞ୍ଚନ ମେସିନ୍ ରହିଥିବାବେଳେ ଯଥେଷ୍ଟ ପରିମାଣର ହ୍ୟାଣ୍ଡ ସାନିଟାଇଜର୍ ମେସିନ୍ ରହିଥିବାର ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।