Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ବିଜେପିରେ ହରିହର ପ୍ରାର୍ଥୀ ହେବାନେଇ ଚର୍ଚ୍ଚା
ଆଜିର ଖବର

ତିର୍ତ୍ତୋଲ ବିଜେପିରେ ହରିହର ପ୍ରାର୍ଥୀ ହେବାନେଇ ଚର୍ଚ୍ଚା

October 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି। ଯେହେତୁ କୌଣସି ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନି ତେଣୁ ଆଶାୟୀ ପ୍ରାର୍ଥୀମାନେ ଆଶା ଆଶଙ୍କାରେ ଘାଣ୍ଟି ହେଉଛନ୍ତି। ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଦଳୀୟ କନ୍ଦଳ ବଢୁଥିବା ଦେଖିବାକୁ ମିଳୁଥିବା ବେଳେ ତିର୍ତ୍ତୋଲରେ ଏଥର କଡା ଟକ୍କର ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରୁ କିଏ ଦଳୀୟ ଟିକେଟ୍ ପାଇବେ ଏନେଇ ସବୁଠି ଚର୍ଚ୍ଚା ହେଉଛି। ଏଥର ପ୍ରାର୍ଥୀ ଦୌଡରେ କେତେକ ନୂଆ ମୁହଁ ସାମ୍ନାକୁ ଆସିଥିବାରୁ ଦଳ କାହା ଉପରେ ଆସ୍ଥା ପ୍ରକଟ କରିବ ଏନେଇ କଳ୍ପନାଜଳ୍ପନା ଲାଗିରହିଛି। ଆଶାୟୀମାନେ ଟିକେଟ୍ ହାତେଇବା ପାଇଁ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଆଗ ଧାଡିର ନେତାଙ୍କ ପାଖରେ ଜୋରଦାର ଲବି କରୁଛନ୍ତି।

ତିର୍ତ୍ତୋଲର ଏହି ଉପନିର୍ବାଚନ ପାଇଁ ବିଜେପି ଏଥର ଜୋରଦାର୍ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି। ଏଥର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିଜେପିରୁ ଇଂ ହରିହର ବେହେରା ପ୍ରାର୍ଥୀ ହେବାନେଇ ଯୋରଦାର ଚର୍ଚ୍ଚା ହେଉଛି। ଏମିତିକି ଗତ ବିଧାନସଭା ନିର୍ବାଚନରେ ମଧ୍ୟ ସେ ବିଧାୟକ ପ୍ରାର୍ଥୀ ପାଇଁ ଲବିରେ ଥିଲେ।ଏମିତିକି ନିର୍ବାଚନମଣ୍ଡଳୀରେ ହେଉଥିବା ବିଜେପିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ସକ୍ରିୟ ଯୋଗଦାନ ରହୁଥିବା ବେଳେ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ତାଙ୍କର ସୁସମ୍ପର୍କ ଥିବା ଜଣାପଡିଛି। ୨୦୧୭ ମସିହାରେ ସେ ସରକାରୀ ଚାକିରିରୁ ଅବସର ନେବା ପରେ ବିଜେପି ଦଳ ପ୍ରତି ଆକୃଷ୍ଟ ହୋଇ ଦଳରେ କାର୍ଯ୍ୟକରି ଆସିବା ସହିତ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ୩ଟି ବ୍ଲକର ୧୪୫୦ରୁ ଉର୍ଦ୍ଧ ପରିବାରଙ୍କୁ ସେ ବିଜେପି ଦଳରେ ସାମିଲ କରାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ହରିହରଙ୍କ ନିଜଘର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ମିର୍ଜାପୁର ଗ୍ରାମରେ ହୋଇଥିବା ବେଳେ ତିର୍ତ୍ତୋଲ ବଜାରରେ ମଧ୍ୟ ତାଙ୍କର ଏକ ଘର ଅଛି ସେଠାରେ ବିଭିନ୍ନ ସମୟରେ ଦଳୀୟ କର୍ମକର୍ତ୍ତା ମାନଙ୍କ ସହିତ ବୈଠକ ହେଉଥିବା ଜଣାପଡିଛି। ନିର୍ବାଚନମଣ୍ଡଳୀର ବିଜେପି ଦଳର କୌଣସି କର୍ମକର୍ତ୍ତାଙ୍କ ସହିତ ତାଙ୍କର ମତଭେଦ ନଥିବା ବେଳେ ସେ ଜଣେ ସୁସଂଗଠକ ବୋଲି କୁହାଯାଉଛି। ଏନେଇ ଏଥର ତାଙ୍କୁ ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ କରାଯିବ ବୋଲି କେତେକ ଆଗଧାଡ଼ିର ନେତାଙ୍କ ଠାରୁ ଶୁଣିବାକୁ ମିଳୁଛି।

ଅପରପକ୍ଷରେ ତିର୍ତ୍ତୋଲରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ଏଥର ପୁଣି ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ବେଳେ ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମକର୍ତ୍ତାଙ୍କ ସହିତ ତାଙ୍କର ମତଭେଦ ଥିବା ଚର୍ଚ୍ଚା ହେଉଛି।ଏଥିସହିତ କଂଗ୍ରେସ ଦଳରୁ ଦୁଇଥର ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା କିଛିଦିନ ତଳେ କଂଗ୍ରେସ ଛାଡି ବିଜେପି ଦଳରେ ଯୋଗଦେବା ପରେ ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହୋଇଥିଲା। ଏମିତିକି ବିଜେପିର ଆଗଧାଡିର ନେତାଙ୍କ ଉପସ୍ଥିତିରେ ରାଜକିଶୋର ବିଜେପିରେ ଯୋଗଦେଇଥିବା କାର୍ଯ୍ୟକ୍ରମରେ ରମାକାନ୍ତଙ୍କୁ ଦେଖିବାକୁ ମିଳିନଥିଲା ବୋଲି କୁହାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଲିଆ ଭଟ୍ଟଙ୍କୁ କାହିଁକି କ୍ଷମା ମାଗିଲେ ପ୍ରିୟଙ୍କା ଗାନ୍ଧୀ?: ଜାଣନ୍ତୁ କାରଣ

October 8, 2025

ଏବେ ମାଗଣାରେ ଦେଖନ୍ତୁ ଲାଇଭ୍ ଟିଭି ଏବଂ ସିନେମା!: ଜାଣନ୍ତୁ ପ୍ରକ୍ରିୟା

October 8, 2025

Air Force Day: ‘ଅପରେସନ ସିନ୍ଦୂର’ ର ନାୟକମାନଙ୍କୁ ସମ୍ମାନିତ କଲା ଭାରତୀୟ ବାୟୁସେନା

October 8, 2025

ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ: ଭାରତରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

October 8, 2025
Latest News

ପୁଣି ଥରେ ଜେଡିୟୁକୁ ଝଟକା ଦେବେ କି ଚିରାଗ ପାସୱାନ?: ଦେଲେ ଏଭଳି ସଂକେତ!

October 8, 2025

ଆଲିଆ ଭଟ୍ଟଙ୍କୁ କାହିଁକି କ୍ଷମା ମାଗିଲେ ପ୍ରିୟଙ୍କା ଗାନ୍ଧୀ?: ଜାଣନ୍ତୁ କାରଣ

October 8, 2025

ଏବେ ମାଗଣାରେ ଦେଖନ୍ତୁ ଲାଇଭ୍ ଟିଭି ଏବଂ ସିନେମା!: ଜାଣନ୍ତୁ ପ୍ରକ୍ରିୟା

October 8, 2025

Air Force Day: ‘ଅପରେସନ ସିନ୍ଦୂର’ ର ନାୟକମାନଙ୍କୁ ସମ୍ମାନିତ କଲା ଭାରତୀୟ ବାୟୁସେନା

October 8, 2025

ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ: ଭାରତରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.