ପୁରୀ, ଆଜି ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲିନ ହୋଇଯାଇଛି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶହଶହ ସମର୍ଥକଙ୍କ ଗହଣରେ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଏହି ଶେଷକୃତ୍ୟ କରାଯାଇଥିଲା। ଏଥିରେ ତାଙ୍କର ପୁତ୍ର ରୁଦ୍ରପ୍ ରତାପ ମହାରଥୀ ମୁଖାଗ୍ନୀ ଦେଇଥିଲେ। ପାଖରେ ଥିଲା ତାଙ୍କର କନ୍ୟା ପଲ୍ଲବୀ ଏବଂ ପତ୍ନୀ ପ୍ରତିଭା ମହାରଥୀ।
ଶନିବାର ବିଳମ୍ବିତ ରାତ୍ରୀରେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସକାଳେ ତାଙ୍କ ମରଶରୀରକୁ ଭୁବନେଶ୍ବର ବାସଭବନ, ବିଜେଡି ଅଫିସ, ଏବଂ ବିଧାନସଭାକୁ ନିଆଯାଇଥିଲା। ତାଙ୍କର ଜନ୍ମମାଟି ପିପିଲିରେ ଶେଷ ଦର୍ଶନ ପାଇଁ ରଖା ଯାଇଥିଲା। ସେହିପରି ତାଙ୍କର ରାଜନୈତିକ କ୍ଷେତ୍ର ପିପିଲି ଫାର୍ମ ହାଉସରେ ମଧ୍ୟ ମରଶରୀରକୁ ନିଆଯାଇଥିଲା। ଏହାପରେ ଅପରାହ୍ନରେ ଶେଷ କୃତ୍ୟ ପାଇଁ ଏକ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ନିଆଯାଇଥିଲା।