ନିର୍ବାଚନୀ ମଇଦାନରେ ଦୁଇ ଭଉଣୀ। ଜଣେ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ଆଉ ଜଣେ ବିଧାନସଭା ପ୍ରାର୍ଥୀ। ତେବେ ଦୁହେଁ ଗୋଟିଏ ଦଳରୁ ପ୍ରାର୍ଥୀ ନୁହଁନ୍ତି ବରଂ ଦୁହେଁ ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ସୁନୀତା ବିଶ୍ୱାଳ ବିଜେଡ଼ି ତରଫରୁ ସୁନ୍ଦରଗଡ଼ର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ଓ ଅମିତା ବିଶ୍ୱାଳ କଂଗ୍ରେସ ତରଫରୁ ସୁନ୍ଦରଗଡର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି । ଏ ଦୁହେଁ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ଏଥର ସୁନୀତା କଂଗ୍ରେସ ଟିକେଟ୍ରେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ଶୁଣା ଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ସେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଓ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ବିରୋଧରେ ଲଢ଼ିବେ। ଅନ୍ୟପକ୍ଷରେ କଂଗ୍ରେସ ଅମିତାଙ୍କୁ ସୁନ୍ଦରଗଡ଼ରୁ ବିଧାନସଭା ପ୍ରାର୍ଥୀ କରିଛି। କଂଗ୍ରେସରୁ ଟିକେଟ ପାଇ ଅମିତା ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ସୁନ୍ଦରଗଡ଼ କଂଗ୍ରେସର ଥିଲା ଓ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତା । ତେବେ ଅମିତାଙ୍କୁ ସୁନ୍ଦରଗଡ଼ରୁ ପ୍ରାର୍ଥୀ କରାଯିବା ପରେ ତାଙ୍କୁ କିଛି କଂଗ୍ରେସ କର୍ମୀ ବିରୋଧ କରିଛନ୍ତି ।
ନିର୍ବାଚନ ରଣାଙ୍ଗନରେ ଦୁଇ ଭଉଣୀ : ସୁନୀତା ବିଜେଡ଼ିରୁ ଓ ଅମିତା କଂଗ୍ରେସରୁ ଲଢିବେ
Published:
Mar 23, 2019, 4:58 pm IST
Tags: