କଟକ : କଟକ ମହାନଗର ନିଗମର କରୋନା ନୋଡାଲ ଅଫିସରଙ୍କ କରୋନାରେ ମୃତ୍ୟୁ ହୋଇଛି । ଷ୍ଟାଟିଷ୍ଟିକାଲ୍ ଅଫିସର ତଥା ନୋଡାଲ୍ ଅଧିକାରୀ ବିଶ୍ବନାଥ ଲେଙ୍କାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । କରୋନା କଣ୍ଟ୍ରୋଲ୍ ରୁମ୍ ଇନ୍ଚାର୍ଜ ଓ ସିସିସି ନୋଡାଲ୍ ଅଫିସରଥିଲେ ବିଶ୍ବନାଥ । କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ବିଶ୍ବନାଥ ଲେଙ୍କା । କରୋନାରେ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ସିଏମ୍ସି କମିଶନର ଅନନ୍ୟା ଦାଶ । ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା 924ଜଣଙ୍କର କରୋନା ଯୋଗୁଁ ମୃତ୍ୟୁହୋଇଥିବାର ସୂଚନା ରହିଛି ।