ମେଡିସିନ୍‌ ପାଇଁ ତିନିଜଣଙ୍କୁ ମିଳିବ ନୋବେଲ୍‌ ପୁରସ୍କାର

Published: Oct 5, 2020, 3:37 pm IST

ନୂଆଦିଲ୍ଲୀ : ମେଡିସିନ୍‌ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି ।  ନୋବେଲ୍‌ ପାଇଁ ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଘୋଷଣା ହୋଇଛି । ହାର୍ଭେ ଜେ. ଅଲଟର, ମାଇକେଲ୍‌ ହଟନ ଓ ଚାର୍ଲସ ଏମ୍. ରାଇସ୍‌ଙ୍କୁ ମେଡିସିନ୍‌ ପାଇଁ ନୋବେଲ୍‌ପୁରସ୍କାର ମିଳିଛି । ହେପାଟାଇଟିସ୍‌ ’ସି’ ଭାଇରସ୍‌ ଆବିଷ୍କାର ପାଇଁ ନୋବେଲ୍‌ ପୁରସ୍କାର ମିଳିଛନ୍ତି । ତିନିଜଣଙ୍କ ନାଁ କରିଛନ୍ତି ନୋବେଲ୍‌କମିଟି ସେକ୍ରେଟେରୀ ଜେନେରାଲ୍‌ ।

ସୂଚନାଯୋଗ୍ୟ, ନୋବେଲ୍‌ ଫାଉଣ୍ଡେସନ୍‌ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍‌ର ବୈଜ୍ଞାନିକ ଆଲଫ୍ରଡ୍‌ ବର୍ଣ୍ଣାଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍‌ ନୋବେଲ୍‌ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି । 1901 ମସିହାରେ ପ୍ରଥମେ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । (ଏଜେନ୍ସି)

Related posts