ଭୁବନେଶ୍ବର : ଭୁବନେଶ୍ବର ମହାନଗରରୁ ଆଜି ଆଉ 319ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ୍ 319 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ରୁ 92ଜଣ ରହିଥିବାବେଳେ 227ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାର ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ରସୁଲଗଡରୁ 16ଜଣ ରହିଥିବାବେଳେ ପଟିଆରୁ 13 ଜଣ, ଚନ୍ଦ୍ରଶେଖରପୁରରୁ 10ଜଣ, ୟୁନିଟ୍-6 ଅଞ୍ଚଳରୁ 10, ଡୁମୁଡୁମା, ଓଲ୍ଡ ଟାଉନ୍ ଓ ମଞ୍ଚେଶ୍ବରରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 315ଜଣ ସୁସ୍ଥ ହୋଇଛନ୍ତି । ନୂତନ 319 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 23 ହଜାର 549ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 19 ହଜାର888ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ 104 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 5372ଜଣ ।
Update on newly detected #COVID19 cases in the last
24 hrs under the BMC area on 5th Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/6CaNCJL3zM— BMC (@bmcbbsr) October 5, 2020