Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛୋଟପିଲାଟିର ପିଠିରେ ବଢୁଛି ମାଂସ ପିଣ୍ଡୁଳା : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଆଜିର ଖବର

ଛୋଟପିଲାଟିର ପିଠିରେ ବଢୁଛି ମାଂସ ପିଣ୍ଡୁଳା : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

October 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ଜନ୍ମ ହେବା ସମୟରୁ  ପୁଅର ପିଠିରେ ମାଂସ ପିଣ୍ଡୁଳା ବଢୁଛି । ବୁର୍ଲା ଠାରୁ ଆରମ୍ଭ କରି କଟକ ଶିଶୁ ଭବନ ପର୍ଯ୍ୟନ୍ତ ପୁଅକୁ ବାରମ୍ବାର ନେଇ ଚିକିତ୍ସା  କରି ମଧ୍ୟ ମାଂସ ପିଣ୍ଡୁଳା କମିବାରେ ନାଁ ଧରୁନି ବରଂ ବଢିବାରେ ଲାଗିଛି। ପୁଅର ଚିନ୍ତାରେ ବାପା ମା ହତୋତ୍ସାହିତ ହୋଇ ପଡିଛନ୍ତି । ଆର୍ଥିକ ଅବସ୍ଥା ଠିକ୍ ନ ଥିବାରୁ ବାହାର ରାଜ୍ୟକୁ ନେଇ ପୁଅକୁ ଦେଖାଇବାକୁ ଅର୍ଥ ସାଜୁଛି ବାଧକ ।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବାଟଗାଁ ପଂଚାୟତ ଭାଲୁଗାଡିଆ ଗ୍ରାମର ମିତନୀ ରାଉତ ଏବଂ ଶରତ ରାଉତଙ୍କ ପୁଅ ଶ୍ରୀତମ ରାଉତ୍ । ବୟସ ମାତ୍ର ୪ବର୍ଷ । ହେଲେ ଶ୍ରୀତମ୍ ର ଜନ୍ମରୁ ପିଠିରେ ଏକ ମାଂସ ପିଣ୍ଡୁଳା ରହିଥିବା ତାର ବାପା ମାଆ ପ୍ରକାଶ କରିଛନ୍ତି । ଯେତେବେଳେ ବୁର୍ଲା ଡାକ୍ତରଖାନାରେ ପୁଅଟି ଜନ୍ମ ହେଲା ବାପା ମାଆ ତାର  ପିଠିରେ ଏକ ମାଂସ ପିଣ୍ଡୁଳା ଦେଖିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୁର୍ଲା ରେ ଡାକ୍ତରଙ୍କୁ ମଧ୍ୟ ଦେଖାଇଥିଲେ । ବୁର୍ଲାର ଡାକ୍ତର ମାଂସ ପିଣ୍ଡୁଳା ଦେଖି  ଛୋଟଶିଶୁ କୁ କଟକ ଶିଶୁଭବନ କୁ ନେଇ ଚିକିତ୍ସା କରିବା ପାଇଁ ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ କହିବାନୁଯାୟୀ ସେମାନେ  ଛୋଟ ଶିଶୁକୁ କଟକ ଶିଶୁଭବନକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । ଛୋଟ ଶିଶୁ ହୋଇଥିବାରୁ ଅପରେସନ୍ ସମ୍ଭବ ହୋଇପାରି ନ ଥିଲା । କଟକର ଡାକ୍ତର ଦୁଇମାସ ଖାଇବା ପାଇଁ କିଛି ଔଷଧ ଦେଇ ପୁଣି ବୁର୍ଲା ଡାକ୍ତରଖାନାକୁ ପଠାଇଦେଇଥିଲେ ।

ନାକଟିଦେଉଳବ୍ଲକ୍‌ର ସମ୍ମନୀତ ଶିଶୁବିକାଶଙ୍କ ସହଯୋଗରେ  ଶ୍ରୀତମ୍ ର ଚିକିତ୍ସା ପାଇଁ ସମ୍ବଲପୁର ଡାକ୍ତରଖାନାକୁ  ନେଇଥିଲେ ପିତା ମାତା । କିନ୍ତୁ ସେଠାରେ ମଧ୍ୟ କୌଣସି ସୁଫଳ ମିିଳିପାରିନଥିଲା । କିଛି ମାସ ତଳେ ଶ୍ରୀତମ୍ କୁ ରେଢାଖୋଲ ଡାକ୍ତରଖାନାକୁ ନେଇଥିଲେପିତା ମାତା । ରେଢାଖୋଲରେ ମଧ୍ୟ ଅନୁରୁପ ଭାବରେ ଡାକ୍ତର କୌଣସି ଏକ ବଡ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ । ଏମିତି ଧାଁ ଧପଡ ଭିତରେ ଗୁଡାଏ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଲେଣି । ହେଲେ କୌଣସି ଡାକ୍ତର ଖାନାରେ ଡାକ୍ତରମାନେ ଠିକ୍ କଥା କହୁ ନ ଥିବା ପ୍ରକାଶ କରିଛନ୍ତି ପିତାମାତା। ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ବୁଝାସୁଝା କରି ଜାଣିଛନ୍ତି । ହେଲେ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଗୁଡାଏ ଟଙ୍କା ଯୋଗାଡ କରିବା ସଂଭବ ହୋଇ ପାରୁ ନ ଥିବାରୁ ପିଲାଟିକୁ ଚିକିତ୍ସା କରି ନେଇ ନ ପାରି ଘରେ ବସି ରହିଛନ୍ତି ନିଜ କରମକୁ ଆଦରି ।  ଦିନକୁ ଦିନ ମାଂସ ବଢୁଥିବା ସହ ମାଂସ ପିଣ୍ଡୁଳାରେ ଘା ହୋଇଯାଉଛି ବୋଲି ପ୍ରକାଶ କରିଛନ୍ତି । ଛୋଟ ଛୁଆଟି ବହୁ କଷ୍ଟ ପାଉଛି ହେଲେ ପ୍ରଶାସନ ଏ ଦିଗରେ ସହଯୋଗର ହାତ ବଢାଇବା ଜରୁରି ମନେ ହେଉଛି ।

ମୂଲମଜୁରୀ କରି ପରିବାର ଚଳାଉଥିବା ଶରତଙ୍କ ପାଖରେ ରହିଛି ଝାଟିମାଟିର ନଡାଛପର ଘରଟିଏ । ଚାରି ପ୍ରାଣୀ କୁଟୁମ୍ବକୁ ମଜୁରୀ କରି ପୋଷୁଛନ୍ତି । ଦିନେ ମଜୁରିକୁ ନ ଗଲେ ତା ପର ଦିନ ଭୋକରେ ଦିନ ବିତାଇବାକୁ ପଡେ । ସରକାର ଗରିବ ଅସହାୟ  ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କେତେ ଯେ ଯୋଜନା କରିଛନ୍ତି ତାର କଳନା ନାହିଁ । ହେଲେ ସରକାର ବହୁକଷ୍ଟ ପାଇ ବଂଚିଥିବା ଛୋଟ ପିଲାଟିକୁ  ଟଙ୍କାଟିଏ ମଧ୍ୟ ନ ଦେବା ଅତ୍ୟନ୍ତ ପରିତାପର ବିଷୟ । ମୂଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ କିଛି ସାହାଯ୍ୟ କଲେ ଆଗାମୀ ଭବିଷ୍ୟତର ଜଣେ କଅଁଳ ଶିଶୁଟିର ଜୀବନ ରକ୍ଷା ପାଇଯାଆନ୍ତା ବୋଲି ପିତା ମାତା ପ୍ରକାଶ କରିଛନ୍ତି । କଅଁଳ ଶିଶୁଟି ପ୍ରତି  ସମ୍ବଲପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ  ସାଧାରଣରେ ଦାବୀ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ: ଭାରତରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

October 8, 2025

RBI ର ବଡ଼ ନିଷ୍ପତ୍ତି: ବନ୍ଦ ହେବ ଏହି ବ୍ୟାଙ୍କ

October 8, 2025

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଯୋଜନାକୁ ଭଣ୍ଡୁର କରି ଦେବ କି ବିଜେପି !!!

October 8, 2025

ବସ୍ ଉପରେ ମାଟି ଅତଡ଼ା ଖସି ୧୮ ଯାତ୍ରୀଙ୍କ ମୃତ୍ୟୁ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

October 8, 2025
Latest News

ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ: ଭାରତରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

October 8, 2025

‘ରୋହିତ, ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଗଲା’: ଗମ୍ଭୀର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 8, 2025

RBI ର ବଡ଼ ନିଷ୍ପତ୍ତି: ବନ୍ଦ ହେବ ଏହି ବ୍ୟାଙ୍କ

October 8, 2025

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଯୋଜନାକୁ ଭଣ୍ଡୁର କରି ଦେବ କି ବିଜେପି !!!

October 8, 2025

ବସ୍ ଉପରେ ମାଟି ଅତଡ଼ା ଖସି ୧୮ ଯାତ୍ରୀଙ୍କ ମୃତ୍ୟୁ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.