Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି-୨୦ ବିଶ୍ବକପ୍‌ ପରେ ଅବସର ନେବେ ମାଲିଙ୍ଗା : ଖେଳିପାରିବେନି ଆଇପିଏଲ୍‌ର ପ୍ରଥମ ଚରଣ
ଆଜିର ଖବର

ଟି-୨୦ ବିଶ୍ବକପ୍‌ ପରେ ଅବସର ନେବେ ମାଲିଙ୍ଗା : ଖେଳିପାରିବେନି ଆଇପିଏଲ୍‌ର ପ୍ରଥମ ଚରଣ

March 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀମିତ ଓଭର କ୍ରିକେଟ୍‌ରେ ଗତ କିଛି ବର୍ଷ ଧରି ପ୍ରଭାବ ବିସ୍ତାର କରିଆସିଥିବା ଶ୍ରୀଲଙ୍କା ଦ୍ରୁତ ବୋଲର ଲାସିଥ୍ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ। ସେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଯାଇ ଅବସର ନେବେ ବୋଲି ସୂଚନା ମିଳିଛି। ମାଲିଙ୍ଗା କହିଛନ୍ତି, ଚଳିତବର୍ଷ ଇଂଲଣ୍ଡରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପରେ ସେ ଦିନିକିଆରୁ ଅବସର ନେବେ ଏବଂ ୨୦୨୦ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ସମ୍ପୂର୍ଣ୍ଣ ବିଦାୟ ଜଣାଇବେ। ଏହା ସହିତ ଚଳିତ ବର୍ଷ ଆଇପିଏଲ୍‌ର ପ୍ରଥମ ୬ଟି ମ୍ୟାଚ୍‌ ନିମନ୍ତେ ସେ ଉପଲବ୍ଧ ହେବେ ନାହିଁ ବାେଲି ଜଣାପଡିଛି। ଶ୍ରୀଲଙ୍କାର ଘରୋଇ ଟୁର୍ଣ୍ଣାମେଣ୍ଟସୁପର ପ୍ରାଭିନ୍ସିଆଲ୍‌ କପ୍‌ରେ ଖେଳିବା ନିମନ୍ତେ ସେ ପ୍ରଥମ ୬ ମ୍ୟାଚ୍‌ ନିମନ୍ତେ ଉପଲବ୍ଧ ରହିବେ ନାହିଁ। ବିଶ୍ବକପ୍‌ ମନୋନୟନ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସ୍ପଷ୍ଟ କରିଛନ୍ତି ମାଲିଙ୍ଗା। ଶୁକ୍ରବାର ଶ୍ରୀଲଙ୍କା ଦକ୍ଷିଣ ଅଫ୍ରିକାଠାରୁ ଦ୍ୱିତୀୟ ଟି୨୦ ହାରିବା ପରେ ଏହି ୩୫ ବର୍ଷ ବୟସ୍କ କ୍ରିକେଟର କହିଛନ୍ତି, ବିଶ୍ୱକପ୍‌ ପରେ ମୋ କ୍ରିକେଟ୍‌ କ୍ୟାରିଅର ସରିବାକୁ ଲାଗିବ। ମୁଁ ଚାହୁଁଛି ଟି୨୦ ବିଶ୍ୱକପ୍‌ ଖେଳିବି ଏବଂ ଏହା ପରେ ମୋ କ୍ୟାରିଅର ସମାପ୍ତ କରିବି। ବର୍ତ୍ତମାନ ସୁଦ୍ଧା ଆନ୍ତର୍ଜାତୀୟ ଟି ୨୦ରେ ୯୭ ଓ୍ବିକେଟ୍‌ ନେଇଥିବା ବେଳେ ପାକିସ୍ତାନର ସାହିଦ୍‌ ଆଫ୍ରିଦି(୯୮)ଙ୍କ ଠାରୁ ଗାେଟିଏ ଓ୍ବିକେଟ୍‌ ପଛରେ ରହିଛନ୍ତି।

retire thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026
Latest News

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026

ବ୍ରିକ୍ସ ଶିକ୍ଷା: ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.