Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ବିଶ୍ବ ନୁଡଲ୍‌ସ ଦିବସ : ନୁଡୁଲ୍ସ ସମ୍ପର୍କରେ ଜାଣନ୍ତୁ କିଛି ଜଣା ଓ ଅଜଣା କଥା
ଆଜିର ଖବର

ଆଜି ବିଶ୍ବ ନୁଡଲ୍‌ସ ଦିବସ : ନୁଡୁଲ୍ସ ସମ୍ପର୍କରେ ଜାଣନ୍ତୁ କିଛି ଜଣା ଓ ଅଜଣା କଥା

October 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆଜି ହେଉଛି ବିଶ୍ବ ନୁଡୁଲ୍ସ ଦିବସ । ଭାରତ ହେଉ ଅଥବା ଭାରତ ବାହାରେ ବେଶ୍‌ ଲୋକପ୍ରିୟ ଖାଦ୍ୟ ଭାବରେ ନୁଡୁଲ୍ସ ବେଶ୍‌ ପରିଚିତ । ତେବେ ଏହାର ଉତ୍ପତ୍ତି ସମ୍ପର୍କରେ ଠୋସ୍‌ ପ୍ରମାଣ ନଥିବାବେଳେ ପ୍ରାୟ ଚାରି ହଜାର ବର୍ଷ ତଳେ ଚାଇନିଜ୍‌ମାନେ ନୁଡୁଲସ୍‌ ଖାଉଥିବାର ପ୍ରମାଣ ରହିଛି । ମଇଦାରୁ ପ୍ରସ୍ତୁତ ହେଉଥିବା ଏକ ଶୁଖିଲା ଖାଦ୍ୟ ହେଉଛି ନୁଡୁଲ୍ସ । ଏହାକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇପାରେ ।

ତେବେ ଚାଇନିଜ୍‌ ମାନେ ଏହାକୁ ବାଜରରାକୁ ପ୍ରସ୍ତୁତ କରୁଥିଲେ । ପରେ ପରେ ଗହମ ଓ ଚାଉଳରୁ ଏହି ନୁଡୁଲ୍ସକୁ ପ୍ରସ୍ତୁତ କରାଗଲା । ଏହାକୁ ରାନ୍ଧିବା ଖୁବ୍‌ ସହଜ । ଏହା ଶୀଘ୍ର ହଜମ ହୋଇଥାଏ ।  ଅନେକ ସଂସ୍କୃତିରେ ନୁଡୁଲ୍ସ ହେଉଛି ଏକ ମୁଖ୍ୟ ଖାଦ୍ୟ । ବିଶେଷକରି ଚାଇନିଜ୍‌ ନୁଡୁଲ୍ସ, ଜାପାନିଜ୍‌ ନୁଡୁଲ୍ସ,,କୋରିଆନ୍‌ ନୁଡୁଲ୍ସ, ଇଟାଲୀନ୍‌ ନୁଡୁଲ୍ସକୁ ବେଶ ପସନ୍ଦ କରାଯାଇଥାଏ। ଇଟାଲୀରେ ଏହା ସବୁଠାରୁ ଅଧିକ ପ୍ରକାରର ମିଳିଥାଏ ।

Reliance Retail removes 11 instant noodles from stores

ମିଳିଥିବା ସୂଚନା ଅନୁସାରେ ଚୀନ୍‌ରେ ପ୍ରଥମେ ନୁଡୁଲ୍ସ କୁ ଖାଦ୍ୟ ରୂପେ ଗ୍ରହଣ କରାଯାଇଥିବାର ସୂଚନା ରହିଛି । ଏଠାର ହାନ୍‌ ରାଜବଂଶରେ ଲୋକମାନେ ନୁଡୁଲ୍ସକୁ ମୁଖ୍ୟ ଭୋଜନ ରୂପେ ବ୍ୟବହାର କରୁଥିବାର ସୂଚନା ରହିଛି । ସେହିପରି ଐତିହାସିକାରଙ୍କମତରେ ପାସ୍ତାର ଉତ୍ପତ୍ତି ଭୂମଧ୍ୟସାଗରୀୟ ଦେଶରେ ହିଁ ହୋଇଛି ।

ସେହିପରି ଜାପାନରେ ନବମ ଶତାବ୍ଦୀରେ ନୁଡୁଲ୍ସର ବ୍ୟବହାର ଦେଖାଯାଇଥିଲା । ସେହିପରି ମଧ୍ୟ ଓ ପଶ୍ଚିମ ଏସିଆରେ ତୁର୍କୀ ଲୋକଙ୍କ ଦ୍ବାରା 13ଶ ଶତାବ୍ଦୀରେ ନୁଡୁଲ୍ସ ଖିଆଯାଇଥିବାର ପ୍ରମାଣ ରହିଛି ।  ଇରାନର ମଧ୍ୟପୂର୍ବୀୟ ଦେଶଗୁଡିକରେ ଏହାକୁ ସବୁଠୁ ଲୋକପ୍ରିୟ ଫାରସୀ ବ୍ୟଞ୍ଜନ ମଧ୍ୟରେ ଅନ୍ୟତମ ରହିଛି । ସେହିପରି ଇଟାଲୀରେ ଏହା 13ଶ କିମ୍ବା 14ଶ ଶତାବ୍ଦୀରେ ଆସିଥିବାର ପ୍ରମାଣ ରହିଛି ।

MAGGI Noodles : Nestlé India decides to take the products off the shelves -  OneDayCart - Online Shopping Kochi,Kerala

ଭାରତରେ ମଧ୍ୟ ନୁଡୁଲ୍ସ ବହୁଳ ଲୋକପ୍ରିୟ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମେସ୍ତ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି ।  ଭାରତରେ ଏକ ମନ୍ଦିରରେ ନୁଡୁଲ୍ସ ଭୋଗ ହୁଏ । ପଶ୍ଚିମବଙ୍ଗର ଟାଙ୍ଗ୍ରାରେ ଏକ କାଳୀମାତା ମନ୍ଦିର ରହିଛି ଯେଉଁଠି ପ୍ରସାଦ ଭାବରେ ନୁଡୁଲ୍ସ ଭୋଗ ହୁଏ । ଭାରତର ବ୍ୟଞ୍ଜନରେ ନୁଡୁଲ୍ସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026

ଆଜି ବାଂଲାଦେଶ ଫେରିବେ ଜେଲରେ ଥିବା ୩୮ ଅବୈଧ ବାଂଲାଦେଶୀ ନାଗରିକ

January 13, 2026
Latest News

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026

ଆଜି ବାଂଲାଦେଶ ଫେରିବେ ଜେଲରେ ଥିବା ୩୮ ଅବୈଧ ବାଂଲାଦେଶୀ ନାଗରିକ

January 13, 2026

ବିଏମସି ନିର୍ବାଚନ ପୂର୍ବରୁ ୬,୮୭୧ ଅଧିକାରୀ ଏବଂ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.