Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ବିଶ୍ବ ନୁଡଲ୍‌ସ ଦିବସ : ନୁଡୁଲ୍ସ ସମ୍ପର୍କରେ ଜାଣନ୍ତୁ କିଛି ଜଣା ଓ ଅଜଣା କଥା
ଆଜିର ଖବର

ଆଜି ବିଶ୍ବ ନୁଡଲ୍‌ସ ଦିବସ : ନୁଡୁଲ୍ସ ସମ୍ପର୍କରେ ଜାଣନ୍ତୁ କିଛି ଜଣା ଓ ଅଜଣା କଥା

October 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆଜି ହେଉଛି ବିଶ୍ବ ନୁଡୁଲ୍ସ ଦିବସ । ଭାରତ ହେଉ ଅଥବା ଭାରତ ବାହାରେ ବେଶ୍‌ ଲୋକପ୍ରିୟ ଖାଦ୍ୟ ଭାବରେ ନୁଡୁଲ୍ସ ବେଶ୍‌ ପରିଚିତ । ତେବେ ଏହାର ଉତ୍ପତ୍ତି ସମ୍ପର୍କରେ ଠୋସ୍‌ ପ୍ରମାଣ ନଥିବାବେଳେ ପ୍ରାୟ ଚାରି ହଜାର ବର୍ଷ ତଳେ ଚାଇନିଜ୍‌ମାନେ ନୁଡୁଲସ୍‌ ଖାଉଥିବାର ପ୍ରମାଣ ରହିଛି । ମଇଦାରୁ ପ୍ରସ୍ତୁତ ହେଉଥିବା ଏକ ଶୁଖିଲା ଖାଦ୍ୟ ହେଉଛି ନୁଡୁଲ୍ସ । ଏହାକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇପାରେ ।

ତେବେ ଚାଇନିଜ୍‌ ମାନେ ଏହାକୁ ବାଜରରାକୁ ପ୍ରସ୍ତୁତ କରୁଥିଲେ । ପରେ ପରେ ଗହମ ଓ ଚାଉଳରୁ ଏହି ନୁଡୁଲ୍ସକୁ ପ୍ରସ୍ତୁତ କରାଗଲା । ଏହାକୁ ରାନ୍ଧିବା ଖୁବ୍‌ ସହଜ । ଏହା ଶୀଘ୍ର ହଜମ ହୋଇଥାଏ ।  ଅନେକ ସଂସ୍କୃତିରେ ନୁଡୁଲ୍ସ ହେଉଛି ଏକ ମୁଖ୍ୟ ଖାଦ୍ୟ । ବିଶେଷକରି ଚାଇନିଜ୍‌ ନୁଡୁଲ୍ସ, ଜାପାନିଜ୍‌ ନୁଡୁଲ୍ସ,,କୋରିଆନ୍‌ ନୁଡୁଲ୍ସ, ଇଟାଲୀନ୍‌ ନୁଡୁଲ୍ସକୁ ବେଶ ପସନ୍ଦ କରାଯାଇଥାଏ। ଇଟାଲୀରେ ଏହା ସବୁଠାରୁ ଅଧିକ ପ୍ରକାରର ମିଳିଥାଏ ।

Reliance Retail removes 11 instant noodles from stores

ମିଳିଥିବା ସୂଚନା ଅନୁସାରେ ଚୀନ୍‌ରେ ପ୍ରଥମେ ନୁଡୁଲ୍ସ କୁ ଖାଦ୍ୟ ରୂପେ ଗ୍ରହଣ କରାଯାଇଥିବାର ସୂଚନା ରହିଛି । ଏଠାର ହାନ୍‌ ରାଜବଂଶରେ ଲୋକମାନେ ନୁଡୁଲ୍ସକୁ ମୁଖ୍ୟ ଭୋଜନ ରୂପେ ବ୍ୟବହାର କରୁଥିବାର ସୂଚନା ରହିଛି । ସେହିପରି ଐତିହାସିକାରଙ୍କମତରେ ପାସ୍ତାର ଉତ୍ପତ୍ତି ଭୂମଧ୍ୟସାଗରୀୟ ଦେଶରେ ହିଁ ହୋଇଛି ।

ସେହିପରି ଜାପାନରେ ନବମ ଶତାବ୍ଦୀରେ ନୁଡୁଲ୍ସର ବ୍ୟବହାର ଦେଖାଯାଇଥିଲା । ସେହିପରି ମଧ୍ୟ ଓ ପଶ୍ଚିମ ଏସିଆରେ ତୁର୍କୀ ଲୋକଙ୍କ ଦ୍ବାରା 13ଶ ଶତାବ୍ଦୀରେ ନୁଡୁଲ୍ସ ଖିଆଯାଇଥିବାର ପ୍ରମାଣ ରହିଛି ।  ଇରାନର ମଧ୍ୟପୂର୍ବୀୟ ଦେଶଗୁଡିକରେ ଏହାକୁ ସବୁଠୁ ଲୋକପ୍ରିୟ ଫାରସୀ ବ୍ୟଞ୍ଜନ ମଧ୍ୟରେ ଅନ୍ୟତମ ରହିଛି । ସେହିପରି ଇଟାଲୀରେ ଏହା 13ଶ କିମ୍ବା 14ଶ ଶତାବ୍ଦୀରେ ଆସିଥିବାର ପ୍ରମାଣ ରହିଛି ।

MAGGI Noodles : Nestlé India decides to take the products off the shelves -  OneDayCart - Online Shopping Kochi,Kerala

ଭାରତରେ ମଧ୍ୟ ନୁଡୁଲ୍ସ ବହୁଳ ଲୋକପ୍ରିୟ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମେସ୍ତ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି ।  ଭାରତରେ ଏକ ମନ୍ଦିରରେ ନୁଡୁଲ୍ସ ଭୋଗ ହୁଏ । ପଶ୍ଚିମବଙ୍ଗର ଟାଙ୍ଗ୍ରାରେ ଏକ କାଳୀମାତା ମନ୍ଦିର ରହିଛି ଯେଉଁଠି ପ୍ରସାଦ ଭାବରେ ନୁଡୁଲ୍ସ ଭୋଗ ହୁଏ । ଭାରତର ବ୍ୟଞ୍ଜନରେ ନୁଡୁଲ୍ସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026
Latest News

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.