ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 365ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 365 ଆକ୍ରାନ୍ତଙ୍କ ମଧ୍ୟରେ 116ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲା କଣ୍ଟାକ୍ଟ କେସ୍ରୁ 249ଜଣ ରହିଛନ୍ତି ।
249 ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରୁ 21 ଜଣ ପଟିଆରୁ ଚିହ୍ନଟ ହୋଇଥିବାବେଳେ 29 ଜଣ ନୂଆପଲ୍ଲୀରୁ, 19 ଜଣ ଶହୀଦ ନଗରରୁ, 8ଜଣ ପାତ୍ରପଡାରୁ, 7 ଜଣ ୟୁନିଟ୍-8ରୁ, 6 ଜଣ ଝାରପଡାରୁ, 9 ଜଣ ଲକ୍ଷ୍ମୀସାଗରରୁ , କଟକ ରୋଡ୍ରୁ 3 ଜଣ, 7ଜଣ ସତ୍ୟନଗରରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ଭୁବନେଶ୍ବରରୁ 329 ଜଣ ସୁସ୍ଥ ହୋଇଛନ୍ତି । ନୂତନ 365ଜଣ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 23 ହଜାର 914ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 20 ହଜାର 217ଜଣ । ସେହିପରି ଭୁବନେଶ୍ବରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 105କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 571ଜଣ ।
Update on newly detected #COVID19 cases in the last
24 hrs under the BMC area on 6th Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/F5gqfp2YeS— BMC (@bmcbbsr) October 6, 2020