
ଭୁବନେଶ୍ବର: ଭୁବନେଶ୍ଵର ରାଜଭବନ ସାମ୍ନା ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଛି। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ହୁ ହୁ ହୋଇ ଜଳୁଥିବା ବେଳେ ଘଟଣାସ୍ଥଳରେ ୩ ଗୋଟି ଅଗ୍ନିଶମ ବିଭାଗର ଗାଡି ପହଞ୍ଚିଛି। ନିଆଁକୁ ଶୀଘ୍ର ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଜୋର ଲଗାଇଥିବା ବେଳେ ଆଉ ଏକ ବଡ ବିସ୍ଫୋରଣରୁ ବଞ୍ଚିବା ପାଇଁ ଟିମ ପ୍ରୟାସ ଜାରି ରଖିଛି।
ତେବେ ଗ୍ୟାସ ଟାଙ୍କି ଫାଟି ଯିବାର ସମ୍ଭାବନା ଥିବାରୁ ଲୋକଙ୍କୁ ଏକ କିଲୋମିଟରରୁ ଅଧିକ ଦୂରକୁ ପଳାଇଯିବା ପାଇଁ ଅନୁରୋଧ କରାଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।