
ଚଣ୍ଡିଗଡ଼: ଆଜି ଆନ୍ତର୍ଜାତୀୟ ରେସଲର ବବିତା ଫୋଗାଟ ହରିୟାଣାର କ୍ରୀଡା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି।
ଗତ ୨୦୧୯ ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ। ରାଜ୍ୟରେ ହେବାକୁ ଥିବା ଆସନ୍ତା ଉପନିର୍ବାଚନରେ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି।
ସେ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ବିହାରରେ ବିଧାନସଭା ନିର୍ବାଚନ ବ୍ୟତୀତ ବରୋଦା ବିଧାନସଭା ଉପନିର୍ବାଚନରେ (ରାଜ୍ୟରେ) ରାଜନୀତିରେ ସକ୍ରିୟ ଅଭିଯାନ କରିବାକୁ ଯାଉଛି। ତାଙ୍କୁ ଏବଂ କବାଡି ଖେଳାଳି କବିତା ଦେବୀଙ୍କୁ ଜୁଲାଇ ୩୦ ରେ କ୍ରୀଡ଼ା ବିଭାଗରେ ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାପୂର୍ବରୁ ସେ ବିଜେପିରେ ଯୋଗଦେବାର ଗୋଟିଏ ଦିନ ପରେ ସେ ଅଗଷ୍ଟ ୧୩, ୨୦୧୯ ରେ ପୋଲିସ ସବ-ଇନ୍ସପେକ୍ଟର ପଦରୁ ଇସ୍ତଫା ଦେଇଥିଲେ।