ଭୁବନେଶ୍ୱର: ବର୍ତ୍ତମାନ ରାଜଭବନ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ ରହିଛି । ଏନେଇ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି । କାଲିର ବିସ୍ଫୋରଣ ପରେ ଟ୍ୟାଙ୍କରରୁ ଏଲପିଜି ଗ୍ୟାସ ବାହାର କରାଯାଇଛି । ବିଳମ୍ବିତ ରାତିରେ ଆଇଓସିଏଲ ଟିମ୍ ଗ୍ୟାସ୍ ନିଷ୍କାସନ କରିଛନ୍ତି । ଏବେ ଆଉ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅଗ୍ନିଶମ ଡିଜି। କାଲି ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଭୟଙ୍କର ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଗତକାଲି ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣାର ଫରେନସିକ୍ ଯାଞ୍ଚ ହେବ । ଘଟଣାସ୍ଥଳରେ ଟିମ୍ ପହଞ୍ଚି ଛାନ୍ଭିନ୍ କରୁଛି ।