ଭୁବନେଶ୍ବର : ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପ ନିକଟରେ ବିସ୍ଫୋରଣ ଘଟଣାରେ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କଲା ଇଣ୍ଡିଆନ ଅଏଲ୍। ମୃତକଙ୍କ ପରିବାରକୁ 8ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରାଯାଇଥିବାବେଳେ ଗୁରୁତର ଆହତଙ୍କୁ 4 ଲକ୍ଷ, ଆହତଙ୍କୁ 1ଲକ୍ଷଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘୋଷଣା କରିଛି ଆଇଓସିଏଲ୍ ।
ସୂଚନାଯୋଗ୍ୟ, ଗତକାଲି ଘଟିଥିବା ଏହି ଭୟାନକ ବିସ୍ଫୋରଣରେ କଟକ ଏସ୍ସିବି ମେଡ଼ିକାଲରେ ଆଜି ସକାଳୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଅନ୍ୟ ଜଣେ ଗୁରୁତର ରହିଛନ୍ତି । ସେହିପରି ଅନ୍ୟ 8 ଜଣ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଏହି ବିସ୍ଫୋରଣରେ ଜଣେ ନିଖୋଜ ହୋଇଥିବାର ସୂଚନା ରହିଛି ।