ଭୁବନେଶ୍ବରରୁ 309 ଆକ୍ରାନ୍ତ ଚିହ୍ନଟ, 317 ସୁସ୍ଥ

Published: Oct 8, 2020, 5:46 pm IST

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 309 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 309 ଆକ୍ରାନ୍ତଙ୍କ ମଧ୍ୟରୁ 83 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 226 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ରହିଛି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ 21ଜଣ ରହିଥିବାବେଳେ ଓଲ୍ଡ ଟାଉନ୍‌ରୁ 10 ଜଣ, ଶୈଳଶ୍ରୀ ବିହାରରୁ 8 ଜଣ, ପଟିଆରୁ 10 ଜଣ, ଭିଏସ୍‌ଏସ ନଗରରୁ 7ଜଣ, କଳିଙ୍ଗ ନଗରରୁ 7ଜଣ, ଚନ୍ଦ୍ରଶେଖରପୁର ଓ ପାତ୍ରପଡାରୁ 5 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

ଆଜି ଭୁବନେଶ୍ବରରୁ 317ଜଣ ସୁସ୍ଥ ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 24 ହଜାର 537ରେ ପହଞ୍ଚିଛି । ସୁସ୍ଥହୋଇଛନ୍ତି 20 ହଜାର 888ଜଣ । ସେହିପରି ରାଜଧାନୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିିଛି 3ହଜାର 519 ।

Related posts