ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହେବାରେ ଲାଗିଛି । ୱେଲ ମାର୍କଡ ଲୋ ପ୍ରେସର ବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଚଳିତ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଓ୍ବେଲମାର୍କରେ ପରିଣତ ହୋଇଛି। 24 ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ 24 ଘଣ୍ଟାରେ ଏହା ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଛି । ପରେ ପଶ୍ଚିମ – ଉତ୍ତର ପଶ୍ଚିମକୁ ଗତି କରି 12ରେ ଆନ୍ଧ୍ର ଉପକୂଳ ଛୁଇଁବ। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଅବପାତରେ ପରିଣତ ହୋଇ ପଶ୍ଚିମ – ଉତ୍ତର ପଶ୍ଚିମକୁ ଗତି କରି 12ରେ ଆନ୍ଧ୍ର ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ 11ରୁ 13 ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ 8ଟା 30 ପର୍ଯ୍ୟନ୍ତ ଗଞ୍ଜାମ ଓ ପୁରୀକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅପରପକ୍ଷରେ ଆସନ୍ତା 2/3 ଘଣ୍ଟା ପର୍ଯ୍ୟନ୍ତ ଟୁଇନ୍ ସିଟି ଭୁବନେଶ୍ବର-କଟକରେ ଘଡଘଡି ସହ ବର୍ଷା ହୋଇପାରେ ବୋଲି ସୂଚନା ରହିଛି ।
ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ : ଜାଣନ୍ତୁ କେଉଁ ଜିଲ୍ଲା ପାଇଁ ଜାରି ହୋଇଛି ଓ୍ବାର୍ଣ୍ଣିଂ
Published:
Oct 10, 2020, 3:32 pm IST
Tags: ୟେଲୋ ଓ୍ବାର୍ଣ୍ଣିଂ