ରାହୁଲ୍‌ଙ୍କ ବିପକ୍ଷରେ ନିର୍ବାଚନ କମିଶନଙ୍କ ନିକଟରେ ତ୍ରିପୁରା ବିଜେପିର ଅଭିଯୋଗ

Published: Mar 24, 2019, 2:10 pm IST
triprua bjp complain against rahul

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଛି ତ୍ରିପୁରା ରାଜ୍ୟ ବିଜେପି କମିଟି। ମାର୍ଚ୍ଚ ୨୦ ରେ ଖମଲଙ୍ଗରେ ଏକ ରାଲି ଅବସରରେ ରାହୁଲ ଆଚରଣବିଧି ଉଲଂଘନ କରିଥିବାର ଅଭିଯୋଗ ହାେଇଛି। କଂଗ୍ରେସ ଦଳ ବିପକ୍ଷରେ ମନ୍ତବ୍ୟ ପାଇଁ  ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ନିକଟରୁ କ୍ଷମାପ୍ରାର୍ଥନା ଦାବି କରିବା ପରେ ବିଜେପି ରାହୁଲଙ୍କ ବିପକ୍ଷରେ ଅଭିଯୋଗ ବାଢିଛି। ବିଜେପି ମୁଖପାତ୍ର ନବେନ୍ଦୁ ଭଟ୍ଟାଚାର୍ଯ୍ୟ କହିଛନ୍ତି ରାହୁଲ, ନିଜ ରାଲିରେ ବିଜେପି ସଭାପତି ଅମିତ ଶାହଙ୍କୁ ହତ୍ୟାକାରୀ ବୋଲି କହିଥିଲେ। ଶାହଙ୍କ ମାମଲା ଟ୍ରାଏଲ୍‌ କୋର୍ଟରେ ଖାରଜ ହୋଇଥିଲେ ମଧ୍ୟ ରାହୁଲଙ୍କ ଏପରି ଅଭିଯୋଗକୁ ସମାଲାେଚନା କରିଛି ବିଜେପି । ରାଫାଲେ ବିମାନ ମାମଲାରେ ଅନୀଲ ଅମ୍ବାନୀ ୩୦ ହଜାର କୋଟିର ଉତ୍କାେଚ ନେଇଥିବାର ଅଭିଯୋଗ ଆଣିଥିଲେ। ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି ୟୁପିଏ ସରକାର ଅମଳରେ ରାଫାଲେ ଚୁକ୍ତି ହୋଇଥିଲା ତେଣୁ ରାହୁଲଙ୍କ ଅଭିଯୋଗ ଭିତ୍ତିହୀନ। ସେହିପରି ଉକ୍ତ ରାଲିରେ ରାହୁଲ କହିଥିଲେ ଯେ ତ୍ରିପୁରାରେ ସରକାର ନାଗପୁରରେ ବସିଥିବା ଜଣେ ବ୍ୟକ୍ତି ଚଳାଉଛନ୍ତି। ଏକ ରାଷ୍ଟ୍ରୀୟ ଦଳର ସଭାପତିଙ୍କ ନିମନ୍ତେ ଏପରି ମନ୍ତବ୍ୟ ଆଦୌ ସମୀଚୀନ ନୁହେଁ ବାେଲି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି।

Related posts