ଆଜି ରାଜଧାନୀ ଭୁବନେଶ୍ବରରୁ 321ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 331

Published: Oct 10, 2020, 6:13 pm IST

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 3216ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 321 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 83 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 238 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ପଟିଆରୁ 19ଜଣ, ଓଲ୍ଡ ଟାଉନ୍‌ରୁ 12 ଜଣ, ରସୁଲଗଡରୁ 13 ଜଣ, ବମିଖାଲ, ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, ମଞ୍ଚେଶ୍ବରରୁ 9 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ବରମୁ୍ଣ୍ଡାରୁ 7ଜଣ ଲେଖାଏଁ ରହିଛନ୍ତି । ସୁନ୍ଦରପଦା, ଆଚାର୍ଯ୍ୟ ବିହାରରୁ 6 ଜଣ ଲେଖାଏଁ ରହିଛନ୍ତି । ସେହିପରି ଡୁମୁଡୁମାରୁ 5ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।4ଜଣ ସହିଦନଗରରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି 331 ଜଣ ସୁସ୍ଥ ହୋଇଛନ୍ତି । ନୂତନ 316 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର 174ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 21 ହଜାର 545ଜଣ ସୁସ୍ଥ ହୋଇଥିବାବେଳେ 114ଜଣଙ୍କର ମୃତ୍ୟୁ ହୋଇଛି । ଭୁବନଶ୍ବର ମହାନଗରରେ ଏବେବି 3 ହଜାର 494ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Related posts