ଆଜି ରାଜଧାନୀ ଭୁବନେଶ୍ବରରୁ 290 ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 352

Published: Oct 11, 2020, 4:30 pm IST

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 2906ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 290 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 79 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 211 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ।

ବରମୁଣ୍ଡା, ସତ୍ୟନଗର, ଚନ୍ଦ୍ରଶେଖରପୁରରୁ 11 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀ. ଲକ୍ଷ୍ମୀସାଗର ଓ ଓଲ୍ଡ ଟାଉନ୍‌ରୁ 10 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରସୁଲଗଡରୁ 6ଜଣ, ଶହିଦ ନଗରରୁ 5ଜଣ, ୟୁନିଟ୍‌ 9ରୁ 3ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି 352 ଜଣ ସୁସ୍ଥ ହୋଇଛନ୍ତି । ନୂତନ 290 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର 464ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 21 ହଜାର 897ଜଣ ସୁସ୍ଥ ହୋଇଥିବାବେଳେ 117ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 3 ହଜାର 429ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Related posts