
ଭୁବନେଶ୍ବର, ରାଜ୍ୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହା ଅକ୍ଟୋବର ୨୨ ପର୍ଯ୍ୟନ୍ତ ୨୬ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବା। ସକାଳ 10ଟାରୁ ୩ଟି ସିଟିଙ୍ଗରେ ପରୀକ୍ଷା କରାଯିବ। ପ୍ରତ୍ୟେକ ସିଟିଂ ମଧ୍ୟରେ ଏକ ଘଣ୍ଟାର ବ୍ୟବଧାନ ରହିବ। ପ୍ରତି ବିଷୟର ପରୀକ୍ଷା ୯୦ ମିନିଟ୍ ଅବଧିର ହେବ। ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ ନିମନ୍ତେ ଏହି ପରୀକ୍ଷା ପାଇଁ ୬୨ ହଜାର ୧୮୯ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।
Tags: ପିଜି ଏକକ ପରୀକ୍ଷା