ଗତକାଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ ୟୁପିର ଆମେଥି ଓ କେରଳର ଓ୍ବାୟନାଡ ଆସନରୁ ପ୍ରାର୍ଥୀ ହେବା ନେଇ ଘୋଷଣା କରିବା ପରେ ଏହାକୁ ସମାଲୋଚନା କରିଛନ୍ତି ବିଜେପି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି କହିଛନ୍ତି ଯେ, ଆମେଥିର ଲାେକ ବତ୍ତର୍ମାନ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଦେଇଛନ୍ତି ତେଣୁ ରାହୁଲ ଆମେଥୀରୁ ବାହାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ଟ୍ବିଟ୍ଟର ପେଜ୍ରେ ରାହୁଲ୍ଙ୍କୁ ସମାଲୋଚନା କରିବା ସହିତ କହିଛନ୍ତି : ‘ପ୍ରଥମେ ଆମେଥିରୁ ଲୋକ ବାହାର କଲେ, ବର୍ତ୍ତମାନ କେରଳବାସୀଙ୍କ ପାଳି’ #ଭାଗ୍ ରାହୁଲ୍ ଭାଗ୍ ବୋଲି ସେ ଟୁଇଟ କରିଛନ୍ତି । ତେବେ ଏହି ଟୁଇଟ୍କୁ ନେଇ ରାହୁଲ ନୀରବତା ଅବଲମ୍ବନ କରିଛନ୍ତି । ମାତ୍ର କଂଗ୍ରେସ ଦଳର ମୁଖପାତ୍ର ରଣଦୀପ୍ ସୁର୍ଜେଓ୍ବାଲା ସ୍ମୃତିଙ୍କୁ କଡା ଜବାବ ଦେଇଛନ୍ତି । ଅନ୍ୟ ଏକ ଟ୍ବିଟ୍ ଜରିଆରେ ସେ ଲେଖିଛନ୍ତି ‘ପ୍ରଥମେ ଚାନ୍ଦିନୀଚୌକରୁ ବାହାର କଲେ, ଆମେଠୀ ମଧ୍ୟ ବାହାର କରିଥିଲା ପରିଶେଷରେ ରାଜ୍ୟସଭା ସଦସ୍ୟ ଭାବେ ସଂସଦରେ ପ୍ରବେଶ କରିଥିଲେ’ ଏବେ ତୃତୀୟ ଥର ହାରି ଅମେଥିରେ ହ୍ୟାଟ୍ରିକ ବନାଇବେ । #ଭାଗ୍ ସ୍ମୃତି ଭାଗ୍ ବୋଲି ଟୁଇଟ୍ କରିଛନ୍ତି ସୁର୍ଜେଓ୍ବାଲା ।
ଦୁଇଟି ସ୍ଥାନରୁ ପ୍ରତିଦ୍ବନ୍ଦିତା ନେଇ ରାହୁଲଙ୍କୁ ସମାଲୋଚନା କଲେ ସ୍ମୃତି
Published:
Mar 24, 2019, 2:02 pm IST
Tags: