ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ 66 ହଜାର 732 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ଥଳେ 816ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 9 ହଜାର 150କୁ ବୃଦ୍ଧି ହୋଇଥିବାବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 71 ଲକ୍ଷ 20 ହଜାର 539କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା 8 ଲକ୍ଷ 61 ହଜାର 853ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 61 ଲକ୍ଷ 49 ହଜାର 535ଜଣ ।
ଦେଶରେ କରୋନା ମୃତ୍ୟୁହାର ରହିଛି 1.53% ରହିଥିବାବେଳେ ଅଧିକ ଲୋକ ଆରୋଗ୍ୟ ଲାଭ କରୁଛନ୍ତି । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା 8 କୋଟି 78 ଲକ୍ଷ 72 ହଜାର କୋଭିଡ୍ ଟେଷ୍ଟ କରାଗଲାଣି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଆଦି ପାଞ୍ଚୋଟି ରାଜ୍ୟରେ ଅଧିକସଂଖ୍ୟକ କରୋନା ମାମଲା ଚିହ୍ନଟ ହେଉଛି । (ଏଜେନ୍ସି)
Tags: କରୋନା