ଭଦ୍ରକ : ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କ କାର୍କୁ ପୋଡିଦେଲେ କୋଇଲା ମାଫିଆ । ପରିବିନ୍ଧା ମାରପୁର ଗାଁରେ ଘଟିଛି ଘଟଣା ।କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏକ ହ୍ୟୁଣ୍ଡାଇ କାର୍କୁ ଜାଳିଦେଇଛନ୍ତି କୋଇଲା ମାଫିଆ । ପେଟ୍ରୋଲ ପକାଇ କାର୍ ଜାଳିଦେଇଥିବା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଟ୍ରାକ୍ ପାର୍ଶ୍ବରୁ କୋଇଲା ଚୋରି ନେଇ ଆର୍ପିଏଫ୍କୁ ସୂଚନା ଦେବାରୁ ଆକ୍ରୋଶମୂଳକ ଭାବରେ କୋଇଲା ମାଫିଆମାନେ ଏଭଳି କାଣ୍ଡ ଘଟାଇଛନ୍ତି ।
ସୂଚନାଯୋଗ୍ୟ, ଧାମରା ରେଳପଥରେ କୋଇଲା ଟ୍ରେନ୍ ଯାଉଥିବାବେଳେ ଚଳନ୍ତା ଟ୍ରେନ୍ରୁ କୋଇଲା ଚୋରି କରି ମାଫିଆ ମାନେ ମାଲେମାଲ୍ ହେଉଛନ୍ତି । ଏହାକୁ ନେଇ ଆରପିଏଫ୍କୁ ସୂଚନା ଦିଆଯାଇଥିଲା । ଏହାପରେ କୋଇଲା ମାଫିଆମାନେ ରାଗ ରଖି ବ୍ୟକ୍ତିଙ୍କ କାର୍ ପୋଡି ଦେଇଛନ୍ତି ।