ଦେଶରେ ଗତ ୨୪ ଘଣ୍ଟାରେ ୬୩ ହଜାର ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ: ୭୩୦ ଜଣ ମୃତ୍ୟୁ

Published: Oct 14, 2020, 11:04 am IST

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୬୩ ହଜାର ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୮୯କୁ ବୃଦ୍ଧି ହୋଇଛି।

ସେହିପରି ଗୋଟିଏ ଦିନରେ ୭୩୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ୫୮୬ ରେ ପହଞ୍ଚିଛି। ମୋଟ ମାମଲା ମଧ୍ୟରୁ ୮ ଲକ୍ଷ ୨୬ ହଜାର ୮୭୬ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଥିବା ବେଳେ ୬୩ ଲକ୍ଷ ୧ ହଜାର ୯୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦେଶରେ ସୁସ୍ଥ ହାର ୮୭.୦୫ ପ୍ରତିଶତ ରହିଥିବାବେଳେ ମୃତ୍ୟୁ ହାର ୧.୫୩ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି।

Related posts