
ନୂଆଦିଲ୍ଲୀ : ଗତ କିଛି ସପ୍ତାହ ହେବ ଦେଶରେ ଦୈନିକ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା କମୁଛି । ଦେଶରେ କରୋନାର ପ୍ରକୋପ ଦିନକୁ ଦିନ ହ୍ରାସ ପାଉଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ 8.12 ଲକ୍ଷ ରହିଛି । ବିଗତ 24 ଘଣ୍ଟା ମଧ୍ୟରେ 67 ହଜାର 708 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 680ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 73ଲକ୍ଷ 7ହଜାର 98କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା 1ଲକ୍ଷ 11 ହଜାର 266ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 63 ଲକ୍ଷ 83 ହଜାର 442 ଜଣ ସୁସ୍ଥ ହୋଇଥିବା ବେଳ ଆକ୍ଟିଭ୍ କେସ୍ ରହିଛି 8ଲକ୍ଷ 12ହଜାର 390 ।ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Tags: କରୋନା