ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କଟକରୁ ତିନି ଆକ୍ରାନ୍ତ, ସୁନ୍ଦରଗଡ ଓ ଗଞ୍ଜାମ ରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ରାଉରକେଲା, କଳାହାଣ୍ଡି, ବୌଦ୍ଧ,ଯାଜପୁର, ବାଲେଶ୍ବର, ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1089କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବରରୁ ଆଜି ଚାରି ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ରହିଥିବାବେଳେ ଅନ୍ୟମାନେ ପୁରୁଷ । 77 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ 49 ବର୍ଷୀୟ ପୁରୁଷ, 42 ବର୍ଷୀୟପୁରୁଷ ଓ 72 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । କଟକରୁ ଆଜି ତିନି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା ଥିବାବେଳେ 70 ବର୍ଷୀୟ ପୁରୁଷ, 28 ବର୍ଷୀୟ ପୁରୁଷ ରହିଛନ୍ତି ।
ଗଞ୍ଜାମରୁ ଆଜି ଜଣେ 60 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 50 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ସୁନ୍ଦରଗଡର ଜଣେ 58 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 36 ବର୍ଷୀୟ ମହିଳା ରହିଛନ୍ତି ।
ନୟାଗଡରୁ 57 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଯାଜପୁରରୁ 85 ବର୍ଷୀୟା ମହିଳା, ବାଲେଶ୍ବରରୁ 55 ବର୍ଷୀୟ ପୁରୁଷ, ବୌଦ୍ଧରୁ 55 ବର୍ଷୀୟ ପୁରୁଷ, କଳାହାଣ୍ଡିରୁ 70 ବର୍ଷୀୟ ପୁରୁଷ, ରାଉରକେଲାରୁ 69 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।