
ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । 74 ବର୍ଷରେ ପାଦ ଥାପିବେ ନବୀନ । କୋଭିଡ୍ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ,ରକ୍ତ ଦାନ କରିବା ଏବଂ କ୍ଟ୍ରକ୍ଷବଗ୍ଦଜ୍ଞବ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦଳୀୟ ନେତା, କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଅପିଲ କରିଛନ୍ତି ଯେ, ଏଭଳି ପରିସ୍ଥିତିରେ ଆସନ୍ତାକାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ । ରକ୍ତଦାନ କରିବା ଓ ପ୍ଲାଜମା ଦାନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Tags: chiefminister