ବଲାଙ୍ଗିର : ଦୁଇଭଉଣୀ ନଦୀକୁ ଡେଇଁ ନିଖୋଜ ହୋଇଥିବାର ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍ ଉପରେ ଆଜି ଏକ ଅଘଟଣ ଘଟିଯାଇଛି। ଦୁଇ ଭଉଣୀ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ବ୍ରିଜ ଉପରେ ଗୋଟିଏ ସ୍କୁଟି ଓ ଦୁଇ ହଳ ଚପଲ ଥୁଆ ହୋଇଥିବା ବେଳେ ସେମାନଙ୍କ ପତ୍ତା ମିଳିପାରିନି ।ଖବର ପାଇ ଗୁଡଭେଲା ପୁଲିସ୍, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଥିବା ବେଳେ ସେମାନଙ୍କ ପତ୍ତା ମିଳି ପାରିନାହିଁ।
ନଦୀକୁ ଡେଇଁ ପଡ଼ିଥିବା ଯୁବତୀ ଦ୍ବୟ ଦୁଇ ଭଉଣୀ ଓ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ସୂଚନା ଦେଇଛନ୍ତି। ଉଭୟଙ୍କ ବୟସ 20ରୁ 25 ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି।