ଭୁବନେଶ୍ୱର: ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ପୂର୍ବରୁ 9ଟି ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ସିପି ରିପୋର୍ଟ ଦେଇଥିଲେ । ଅନ୍ୟପକ୍ଷରେ ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ମାମଲା ପ୍ରସଙ୍ଗରେ ଗତ ଶୁକ୍ରବାର ରାଜ୍ୟ ସରକାର ହାଇକୋର୍ଟରେ 2ଟି ସତ୍ୟପାଠ ଦାଖଲ କରିଥିଲେ । 4ଫୁଟ ମୂର୍ତ୍ତି ଉଚ୍ଚତାକୁ ବିରୋଧ କରି 5ଟି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା । ବାଲୁବଜାର, ଫିରିଙ୍ଗି ପଜାର ଓ ତଳତେଲେଙ୍ଗା ବଜାର ପକ୍ଷରୁ ମାମଲା ଦାୟର ହୋଇଥିଲା ।
ପ୍ରକାଶ ଯେ, କରୋନା ସମୟରେ ଆଡ଼ମ୍ବରଶୂନ୍ୟ ଦୁର୍ଗା ପୂଜା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଦୁର୍ଗ ମୂର୍ତ୍ତିର ଉଚ୍ଚତାକୁ ମଧ୍ୟ କମାଇ ଦିଆଯାଇଛି । ଯାହାକୁ ନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଇ ଆସୁଛି ।