କୋଭିଡ୍‌ ମୁକାବିଲାକୁ ନେଇ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌

Published: Oct 16, 2020, 1:48 pm IST

ନୂଆଦିଲ୍ଲୀ : କୋଭିଡ୍‌ ମୁକାବିଲାକୁ ନେଇ ପୂର୍ବତନ କଂଗ୍ରେସ ସଭାପତି ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଇଏମଏଫ୍ ପକ୍ଷରୁ ପ୍ରକାଶିତ ଅଭିବୃଦ୍ଧି ଚାର୍ଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଭାରତୀୟ ଅଭିବୃଦ୍ଧି ହାର ଋଣାତ୍ମକ 10.3ରେ ରହିଥିବା ବେଳେ ସମସ୍ତ ପଡୋଶୀ ରାଷ୍ଟ୍ର ଏହାକୁ ପଛରେ ପକାଇଛନ୍ତି । ଏହି ଚାର୍ଟ ସେୟାର କରିବା ସହିତ କୋଭିଡ ମୁକାବିଲାରେ ବିଜେପି ସରକାର ପାକିସ୍ତାନ ଏବଂ ଆଫଗାନିସ୍ତାନ ଠାରୁ ମଧ୍ୟ ପଛରେ ରହିଛି ବୋଲି ରାହୁଲ କହିଛନ୍ତି ।

ବୁଧବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇବା ପରଠାରୁ ରାହୁଲ କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଛଅ ବର୍ଷର ବିଜେପି ଶାସନରେ ଘୃଣାରେ ପରିପୂର୍ଣ୍ଣ ଜାତୀୟତାବାଦ ଛଡା ଦେଶକୁ ଆଉ କିଛି ମିଳିନାହିଁ ବୋଲି ରାହୁଲ ଟ୍ୱିଟ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଆଇଏମଏଫମର ରିପୋର୍ଟ ଅନୁଯାୟୀ 2021-22 ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି 8.8 ପ୍ରତିଶତ ଛୁଇଁବ । ଏହି ସମୟରେ ଚୀନର ଅଭିବୃଦ୍ଧି 8.2 ପ୍ରତିଶତ ରହିବ ବୋଲି ଆଇଏମଏଫ ଆକଳନ କରିଛି । (ଏଜେନ୍ସି)

Related posts